ଓଡିଶା

odisha

କେନ୍ଦ୍ରାପଡାରେ ବିଜେପି ହେଭିୱେଟଙ୍କ ଦୃଢୋକ୍ତି, ନିଶ୍ଚିନ୍ତ ଜିତିବେ ବିଜୟ

ମିଶନ୍‌ ପାଟକୁରାକୁ ସଫଳ କରିବା ପାଇଁ ସମସ୍ତେ ତୟାର । ପାଟକୁରା ଜନତାଙ୍କୁ ପଟାଇବା ଲାଗି ପୁରା ଦମ୍‌ରେ ଲାଗିଛନ୍ତି ତିନି ପ୍ରମୁଖ ଦଳ  ବିଜେପି, ବିଜେଡି ଓ କଂଗ୍ରେସ ।

By

Published : Jul 11, 2019, 7:35 PM IST

Published : Jul 11, 2019, 7:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପାଟକୁରା ରଣକ୍ଷେତ୍ରରେ ସବୁ ଦଳର ରଣନୀତିକାର । ମିଶନ୍‌ ପାଟକୁରାକୁ ସଫଳ କରିବା ପାଇଁ ସମସ୍ତେ ତୟାର । ପାଟକୁରା ଜନତାଙ୍କୁ ପଟାଇବା ଲାଗି ପୁରା ଦମ୍‌ରେ ଲାଗିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ।

ବିଜେଡି ପାଇଁ ଦଳର ପ୍ରାୟ ସବୁ ବିଧାୟକ ପ୍ରଚାର ମଇଦାନରେ ଥିବାବେଳେ ବିଜେପି ପାଇଁ ରଣାଙ୍ଗନକୁ ଓହ୍ଲାଇଛନ୍ତି ହେଭିୱେଟ୍‌ । ବିଜେପି ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଆଜି(ଗୁରୁବାର) କେନ୍ଦ୍ରାପଡାରେ ସାମ୍ବାଦିକ ସମ୍ମିଳନୀ କରିବା ସହ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବହୁ ଭୋଟରେ ଜିତିବେ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଜି ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅରୁଣ କହିଛନ୍ତି, କେନ୍ଦ୍ରର ସମସ୍ତ ମନ୍ତ୍ରୀ ତଥା କେନ୍ଦ୍ରୀୟ ନେତାଙ୍କ ସହ ବିଜୟଙ୍କ ଉତ୍ତମ ସମ୍ପର୍କ ଥିବା ହେତୁ ପାଟକୁରା ତଥା ସାରା ଓଡିଶାର ବିକାଶ କେବଳ ବିଜୟ ମହାପାତ୍ର ହିଁ କରିପାରିବେ । ଆଜି ରାତିରେ ବୈଜୟନ୍ତ ପଣ୍ଡା ପାଟକୁରାରେ ପ୍ରଚାର କରିବେ ବୋଲି ସେ କହିଛନ୍ତି । ଏହାସହ ଆସନ୍ତାକାଲି(ଶୁକ୍ରବାର)ଠାରୁ ବିଜେପିର 40 ଜଣିଆ ଷ୍ଟାର ପ୍ରଚାରକ ପ୍ରଚାର ରଙ୍ଗମଞ୍ଚକୁ ଓହ୍ଲାଇବେ ବୋଲି ସେ ଦର୍ଶାଇଛନ୍ତି ।

ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଖୁଲାମଖୁଲା ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରୁଥିବା ଓ ପାଟକୁରାରେ ଡେରା ପକାଇଥିବା ନେତାମାନେ ମଧ୍ୟ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି ବିଜେପି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details