ଓଡିଶା

odisha

ETV Bharat / state

ଗାମୁଛାରେ ସ୍କୁଟି ଚୋରି କରି ଗିରଫ ଚୋର - loot

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋପାଳରାୟପୁର ଶାସନ ଗ୍ରାମର ସୌମ୍ୟରଞ୍ଜନ ସାହୁଙ୍କ ଟିଭିଏସ ଗାଡି ଚୋରି କରିବାକୁ ଉଦ୍ୟମ କରିଥିଲେ 4 ଦୁର୍ବୃତ୍ତ । ଜଣେ ଧରାପଡିଥିବା ବେଳେ ଅନ୍ୟ 3 ଫେରାର ଅଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

By

Published : Jun 13, 2019, 11:58 PM IST

କେନ୍ଦ୍ରାପଡ଼ା: ଲୁଟେରାଙ୍କ ଲୁଟ କରିବାର ନୂତନ ପନ୍ଥା । ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ଚୋରଙ୍କ ବାଇକ ଚୋରି ଉଦ୍ୟମ । ଗତକାଲି (ମଙ୍ଗଳବାର) ରାତିରେ ଆଳି ଥାନା ଅନ୍ତର୍ଗତ ଗୋପାଳରାୟପୁର ଶାସନ ଗ୍ରାମର ସୌମ୍ୟରଞ୍ଜନ ସାହୁଙ୍କ ଟିଭିଏସ ଗାଡିକୁ ଚୋରି କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ସୌମ୍ୟରଞ୍ଜନ ସାହୁ ଶାସନ ଗ୍ରାମର ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଇ ରାତ୍ର 1.30ରେ ଫେରି ଶାସନ ନିକଟରେ ନିଜ ଟିଭିଏସ ଗାଡିକୁ ଲକ କରି ରଖିଥିଲେ । କିଛି ସମୟ ପରେ ବାହାରକୁ ଆସି ଦେଖିବାରୁ 4ଜଣ ଯୁବକ ତାଙ୍କର ଟିଭିଏସ ଗାଡିକୁ ଏକ ସ୍କୁଟି ଓ ବାଇକ ସାହାଯ୍ୟରେ ଗାମୁଛାରେ ବାନ୍ଧି ଗାଡିଟିକୁ ଚୋରାଇ ନେବାକୁ ଉଦ୍ୟମ କରିଥିଲେ ।

ସୌମ୍ୟରଞ୍ଜନ ଏହା ଦେଖି ବାଇକ ଲୁଟେରାଙ୍କ ପିଛା କରିଥିଲେ । ଶେଷରେ ଆଳି ସିଙ୍ଗିରି ବଜାର ନିକଟରେ କିଛି ସ୍ଥାନୀୟ ଯୁବକ ମାନଙ୍କର ସହାୟତାରେ ଉକ୍ତ 4ଜଣଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ଲୁଟେରାଙ୍କ ମଧ୍ୟରୁ 3ଜଣ ମାରଣାସ୍ତ୍ର ଦେଖାଇ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ସୌମ୍ୟ ଓ ସିଙ୍ଗିରି ଗାଁର ଯୁବକ ମାନେ ଜଣକୁ ଧରିବାରେ ସକ୍ଷମ ହୋଇଥିଲେ ।

କାବୁ କରିଥିବା ଯୁବକକୁ ପ୍ରଥମେ ସିଙ୍ଗିରି ପଞ୍ଚାୟତର ସରପଞ୍ଚ ଓ ପରେ ଆଳି ଥାନାରେ ଜିମା ଦେଇଛନ୍ତି ସୌମ୍ୟ ଓ ତାଙ୍କ ସହଯୋଗୀ । ଏନେଇ ଆଳି ଥାନାରେ ଏକ ଲିଖିତ ଅଭିଯୋଗ ସୌମ୍ୟଙ୍କ ପକ୍ଷରୁ କରାଯାଇଥିବା ବେଳେ ଆଳି ପୋଲିସ ଘଟଣାର ତଦନ୍ତ କରି ଆଉ 3ଜଣ ଅଭିଯୁକ୍ତ ସମ୍ପର୍କରେ ତଦନ୍ତ ଚଳାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details