କେନ୍ଦ୍ରାପଡା: ଦୁର୍ବୃତ୍ତମାନେ ପୁଣି ଭାଙ୍ଗିଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି। ରାଜନଗର ତ୍ରିନାଥ ବଜାର ଠାରେ ଏହି ନିନ୍ଦନୀୟ ଘଟଣା ହୋଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ମଙ୍ଗଳବାର ସନ୍ଧ୍ୟାରେ କେହି ଦୁର୍ବୃତ୍ତ ଭାଙ୍ଗିଦେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ବିଜୁବାବୁଙ୍କ ମୁଣ୍ଡ ନେଇଗଲେ ଦୁର୍ବୃତ୍ତ, ଗିରଫ ଦାବିରେ ରାସ୍ତାରୋକ
ବିଜୁସ୍ମୃତି ସଂସଦ କାର୍ଯ୍ୟାଳୟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ପୁଣି ଭାଙ୍ଗି ଦେଇଛନ୍ତି । ସେହି ଦୁର୍ବୃତ୍ତମାନଙ୍କୁ ଗିରଫ ଦାବିରେ ବିଜୁପ୍ରେମୀ ରାସ୍ତାରେ ଟାୟାର ଜାଳିବା ସହିତ ରାସ୍ତା ଅବରୋଧ କରିଥିଲେ।
ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ଦାବିନେଇ ବିଜୁପ୍ରେମୀ ରାଜନଗର-ପଟ୍ଟାମୁଣ୍ଡାଇ ରାସ୍ତାରେ ଟାୟାର ଜାଳିବା ସହିତ ରାସ୍ତା ଅବରୋଧ କରିଥିଲେ। ଫଳରେ ଶହଶହ ଗାଡି ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା। ବିଜୁସ୍ମୃତି ସଂସଦ କାର୍ଯ୍ୟାଳୟରେ ଥିବା ବିଜୁବାବୁଙ୍କର ଏହି ପ୍ରତିମୂର୍ତ୍ତିକୁ କେହି ଗତ ନିର୍ବାଚନ ପୁର୍ବରୁ ଭାଙ୍ଗିଦେବା ଫଳରେ ସେ ସମୟରେ ଉତ୍ତେଜନା ଦେଖାଦେଇଥିଲା । ତେବେ ପୋଲିସ ପକ୍ଷରୁ ସେ ସମୟରେ ଏହି ଘଟଣାକୁ ହାଲୁକା ଭାବରେ ଗ୍ରହଣ କରାଯାଇ ଦୁର୍ବୃତ୍ତ ମାନଙ୍କୁ ଗିରଫ କରାନଯିବାରୁ ଆଜି ପୁନଶ୍ଚ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ