ଓଡିଶା

odisha

ETV Bharat / state

‘ଫନି’ ପାଇଁ ଦୀପଦାନ କଲେ ବିଜୟ ମହାପାତ୍ର

ବାତ୍ୟା ଫନିକୁ ନେଇ ରାଜ୍ୟବାସୀଙ୍କ ଭୟ ଦୂରିକରଣ ପାଇଁ ମନ୍ଦିରରେ ଦୀପଦାନ କଲେ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର । ଓଡିଶାବାସୀଙ୍କ ଶୁଭ କାମନା କରି ଦୀପଦାନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

By

Published : May 3, 2019, 7:13 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


କେନ୍ଦ୍ରାପଡା: ଫନି ପାଇଁ ଶ୍ରୀରାମ ମନ୍ଦିରରେ ବିଜୟଙ୍କ ମଙ୍ଗଳ କାମନା । ବାତ୍ୟା ଫନିକୁ ନେଇ ରାଜ୍ୟବାସୀଙ୍କ ଭୟ ଦୂରକରଣ ପାଇଁ ମନ୍ଦିରରେ ଦୀପଦାନ କଲେ ବିଜୟ । ଓଡିଶାବାସୀଙ୍କ ଶୁଭ କାମନା କରି ଦୀପଦାନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡାବାସୀ ପୂର୍ବରୁ ମଧ୍ୟ ବାତ୍ୟାର ସାମ୍ନା କରିଛନ୍ତି । ତେଣୁ ସେମାନେ ଭୟଭୀତ ନହୋଇ ଦୃଢତାର ସହ ଏହାର ସାମ୍ନା କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଫନି ଦ୍ବାରା ଯେପରି କେନ୍ଦ୍ରାପଡାବାସୀଙ୍କ ବେଶୀ କିଛି କ୍ଷତିଗ୍ରସ୍ତ ନହେଉ, ସେଥିପାଇଁ ଶ୍ରୀରାମ ମନ୍ଦିରରେ ପ୍ରାର୍ଥନା କରି ଦୀପଦାନ କରିଛନ୍ତି ବିଜୟ । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ମଧ୍ୟ ଭୁଲି ନଥିଲେ ବିଜୟ ମହାପାତ୍ର ।

ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ପାଟକୁରା ବିଧାୟକପ୍ରାର୍ଥୀ ଭାବେ ବିଜୟ ମହାପାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ମେ 19 ତାରିଖରେ ମତଦାନ ହେବାକୁ ଥିବାବେଳେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ଏପ୍ରିଲ 29 ପରିବର୍ତ୍ତେ ମେ 19କୁ ଘୁଞ୍ଚିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details