କେନ୍ଦ୍ରାପଡ଼ା:ଆଜି(ଗୁରୁବାର)ଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ଋତୁ ପାଇଁ ମେ' ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଭିତରକନିକା । ଅନଲକ ପ୍ରକ୍ରିୟାରେ ସରକାର ଅଗଷ୍ଟ ୧ରୁ ପର୍ଯ୍ୟଟନ ସ୍ଥଳଗୁଡିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି ।
ଜାତୀୟ ଉଦ୍ୟାନ ଖୋଲିଥିବା ବେଳେ କୋଭିଡ କଟକଣାକୁ ଗୁରୁତ୍ବ ଦିଆଯାଇଛି । ଭ୍ରମଣ କରିବା ସମୟରେ ସାମାଜିକ ଦୂରତା, ମାସ୍କ ଏବଂ ସାନିଟାଇଜିଂକୁ ଗୁରୁତ୍ବ ଦିଆଯାଇଛି । କେବଳ ଡେ' ଭିଜିଟର୍ସ ଭିତରକନିକା ଭ୍ରମଣ କରି ସନ୍ଧ୍ୟା ପୂର୍ବରୁ ଫେରିବେ। କୌଣସି ପର୍ଯ୍ୟଟକଙ୍କୁ ରାତ୍ରିଯାପନ ପାଇଁ ଅନୁମତି ମିଳିବ ନାହିଁ।