କେନ୍ଦ୍ରାପଡା:ପର୍ଯ୍ୟଟକଙ୍କ ପାଇଁ ଆଜିଠୁ(ବୁଧବାର) ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ । ଜାନୁଆରୀ ୧୪ ତାରିଖ ଯାଏଁ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଭିତରକନିକାରେ କୁମ୍ଭୀର ଗଣନା ପାଇଁ ୧୧ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଜାତୀୟ ଉଦ୍ୟାନ ।
ଆଜିଠୁ ଅର୍ଥାତ ୪ ତାରିଖରରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । କୁମ୍ଭୀର ଗଣନା ପାଇଁ ୧୧ ଦିନ ବନ୍ଦ ରହିବ ଭିତରକନିକା । ଏହି ବନ୍ଦ ସମୟରେ ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ମନା । ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକାରେ ପ୍ରତିବର୍ଷ ପରି ଚଳିତବର୍ଷ କୁମ୍ଭୀର ଗଣନା କରାଯିବ । ରାଜନଗର ବନଖଣ୍ଡର ରାଜନଗର, ଗହୀରମଥା, କନିକା ଓ ମହାକାଳପଡ଼ା ଏହି ୪ଟି ରେଞ୍ଜ୍ରେ ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ ।