କେନ୍ଦ୍ରାପଡା: ସରିଯାଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଏବେ ଅପେକ୍ଷା ଫଳାପଳର । ହେଲେ ଫଳାଫଳ ଘୋଷଣା ହେବା ପୂର୍ବରୁ ଗତ 4 ତାରିଖରେ ହୋଇଥିବା ବାତ୍ୟା 'ଫନି' ରଚିଯାଇଛି ତା' ତାଣ୍ଡବ । ଏହି ବାତ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ହେଲେ ବାତ୍ୟା ଦ୍ବାରା ଇଭିଏମ ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ପୂର୍ବରୁ ବିଶେଷ ଧ୍ୟ୍ୟାନ ଦିଆଯାଇଥିଲା। ଯାହାଫଳରେ ବାତ୍ୟା ଫନି ଦ୍ବାରା ଇଭିଏମ ଗୁଡିକର କୌଣସି ପ୍ରକାର ପ୍ରଭାବିତ ହୋଇପାରିନାହିଁ ।
ଗଣତି ପୂର୍ବରୁ କେନ୍ଦ୍ରାପଡାରେ ସ୍ପେଶାଲ ପୋଲିସ ଫୋର୍ସ ମୁତୟନ - force
ଆସନ୍ତା ୨୩ ତାରିଖରେ ଇଭିଏମ ଓ ଭିଭିପାଟ ଗୁଡିକ ଗଣନା କରାଯାଇ ନିର୍ବାଚନୀ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ଦୁଇ ସ୍ପେଶାଲ ଫୋର୍ସ ପୋଲିସ ସହ ସିଆରପିଏଫ ଯବାନ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ଥିବା ଗଣନା କେନ୍ଦ୍ରରେ ମୁତୟନ କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡ
ଆସନ୍ତା ୨୩ ତାରିଖରେ ଇଭିଏମ ଓ ଭିଭିପାଟ ଗୁଡିକ ଗଣନା କରାଯାଇ ନିର୍ବାଚନୀ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ଦୁଇ ସ୍ପେଶାଲ ଫୋର୍ସ ପୋଲିସ ସହ ସିଆରପିଏଫ ଯବାନ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ଥିବା ଗଣନା କେନ୍ଦ୍ରରେ ମୁତୟନ କରାଯାଇଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ