କେନ୍ଦ୍ରାପଡା: ସାମୁଦ୍ରିକ ଝଡ 'ଅମ୍ଫାନ' ପାଇଁ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ଆଇପିଏସ ଅଫିସର ତଥା କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ତାଳଚୁଆ ଥାନା ଅନ୍ତର୍ଗତ ବିଭିନ୍ନ ଗାଁକୁ ଗସ୍ତ କରିଛନ୍ତି । ସେ କଚ୍ଚା ଘରେ ଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଆସିବା ପାଇଁ ସଚେତନ କରାଇଛନ୍ତି । ଡିଆଇଜି ସିଂ ତାଳଚୁଆ,ରଂଗଣୀ,ଡାଙ୍ଗମାଳ ଆଦି ଗାଁରେ ବୁଲିବୁଲି ଲୋକମାନଙ୍କୁ ସଚେତନ କରାଇଥିବା ବେଳେ ନଦୀନାଳ ଘେରା ଏହି ଗାଁ ଗୁଡିକରେ ଥିବା ବାଉଁଶ ପୋଲ ଅତିକ୍ରମ କରି କିପରି ଅସମୟରେ ଲୋକମାନଙ୍କୁ ସହଯୋଗ ଓ ସଚେତନ କରାଯାଇପାରେ ସେନେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ଅମ୍ଫାନ: ସଚେତନ ଓ ସ୍ଥାନାନ୍ତରଣ ପାଇଁ ନିବେଦନ କଲେ କେନ୍ଦ୍ରାଞ୍ଚଳ ଡିଆଇଜି - କେନ୍ଦ୍ରାପଡା ନ୍ୟୁଜ
କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ତାଳଚୁଆ ଥାନା ଅନ୍ତର୍ଗତ ବିଭିନ୍ନ ଗାଁକୁ ଯାଇ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଆସିବା ପାଇଁ ସଚେତନ କରାଇଛନ୍ତି । ନଦୀନାଳ ଘେରା ଏହି ଗାଁ ଗୁଡିକରେ ଥିବା ବାଉଁଶ ପୋଲ ଅତିକ୍ରମ କରି କିପରି ଅସମୟରେ ଲୋକମାନଙ୍କୁ ସହଯୋଗ ଓ ସଚେତନ କରାଯାଇପାରେ ସେନେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ।
କେନ୍ଦ୍ରାଞ୍ଚଳ ଡିଆଇଜି ଲୋକଙ୍କୁ କଲେ ବାତ୍ୟା ସଚେତନ ଓ ସ୍ଥାନାନ୍ତରଣ
ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଆସିବା ପାଇଁ ପରାମର୍ଶ ଓ ସଚେତନତା କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଏସପି ଓ ତାଳଚୁଆ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ମଧ୍ୟ ଡ଼ିଆଇଜି ସିଂଙ୍କ ସାଥିରେ ରହିଥିଲେ । ଅନ୍ୟପକ୍ଷରେ ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କୁ ଡିଆଇଜି ଲକଡାଉନ ସମୟରେ ସେମାନଙ୍କ ଅଭାବ ଅସୁବିଧା ପଚାରି ବୁଝି ମତାମତ ସଂଗ୍ରହ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଫନି ବାତ୍ୟା ସମୟରେ ପ୍ରସୂତିଙ୍କୁ ଉଦ୍ଧାର କରି ତାଳଚୁଆ ଥାନା ଅଧିକାରୀ ଓ ଜଣେ ମହିଳା କନେଷ୍ଟବଳ ପ୍ରଶଂସା ସାଉଁଟିଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ