କେନ୍ଦ୍ରାପଡ଼ା: ଦାୟିତ୍ବହୀନତା ଯୋଗୁଁ ଶ୍ରେଣୀଗୃହରେ ଦୀର୍ଘ ୮ ଘଣ୍ଟା ଧରି ବନ୍ଦ ହୋଇରହିଲା କୋମଳମତି ଶିଶୁ । ଏଭଳି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଶାସନ ଗାଁରେ ।
ତେବେ ଉକ୍ତ ଗାଁରେ ଥିବା ଏକ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରକୁ ତାଲା ପକାଇ ଘରକୁ ଚାଲିଗଲେ ଦିଦି । ହେଲେ ଛୁଟି ପରେ ଘରକୁ ପୁଅ ନଆସିବାରୁ ବାପା ମା' ବହୁ ଖୋଜାଖୋଜି କରିଥିଲେ । ଦୀର୍ଘ ୮ ଘଣ୍ଟା ପରେ ଅଙ୍ଗନୱାଡି କେନ୍ଦ୍ରରୁ ପୁଅକୁ ଉଦ୍ଧାର କଲେ ପରିବାର ।