ଓଡିଶା

odisha

ETV Bharat / state

ରୋଗୀଙ୍କ ଜୀବନ ସହ ଖେଳୁଛି କେନ୍ଦ୍ରାପଡା ସ୍ୱାସ୍ଥ୍ୟ ବିଭାଗ

ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବେପରୁଆ କାମ । ଜଣେ ପୁରୁଷ ସ୍ୱିପର ରୋଗୀଙ୍କ ସାଲାଇନ ଲଗାଇବା ଓ ମହିଳା ସ୍ୱିପର ପାଇପ ଖୋଲିବା ନେଇ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ବହୀନତାର ସ୍ପଷ୍ଟ ଚିତ୍ର ଲୋକ ଲୋଚନକୁ ଆସିଛି । ଅଧିକ ପଢନ୍ତୁ...

By

Published : Feb 29, 2020, 11:38 PM IST

Rajakanika chc issue
ରୋଗୀଙ୍କ ଜୀବନ ସହ ଖେଳୁଛି କେନ୍ଦ୍ରାପଡ଼ା ସ୍ୱାସ୍ଥ୍ୟ ବିଭାଗ

କେନ୍ଦ୍ରାପଡ଼ା: ଅବହେଳିତ ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି କେନ୍ଦ୍ରାପଡା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ । ଶୁକ୍ରବାର ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ପୁରୁଷ ସ୍ୱିପର ରୋଗୀଙ୍କ ସାଲାଇନ ଲଗାଇବା ଓ ମହିଳା ସ୍ୱିପର ପାଇପ ଖୋଲିବା ନେଇ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ବହୀନତାର ସ୍ପଷ୍ଟ ଚିତ୍ର ଜାହିର କରୁଛି ।

ରୋଗୀଙ୍କ ଜୀବନ ସହ ଖେଳୁଛି କେନ୍ଦ୍ରାପଡ଼ା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟ ସରକାର ରୋଗୀଙ୍କ ଚିକିତ୍ସା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୋଟା ଅଙ୍କର ଦରମା ନେଇ ଡାକ୍ତର ଓ ନର୍ସ କର୍ତ୍ତବ୍ୟରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ନିର୍ମଳ ଯୋଜନାରେ କାମ କରୁଥିବା ସ୍ୱିପରମାନେ ରୋଗୀଙ୍କ ସାଲାଇନ ପାଇପ ଖୋଲିବା, ପାଇପ ଲଗାଇବା, ଛୁଞ୍ଚି କାଢ଼ିବା ସହିତ ବେଳେବେଳେ କେଉଁ ସାଲାଇନ ଓ ଔଷଧ ତାହା ଜାଣିନଥିବା ସ୍ୱିପର କିପରି ରୋଗୀସେବା କରୁଛନ୍ତି ତାହା ଭାବିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି ।

ତେବେ ସ୍ୱାସ୍ଥ୍ୟ ବିଭାଗର ଏହା ପ୍ରଥମ ଘଟଣା ନୁହେଁ ଏହା ପୁର୍ବରୁ ଟର୍ଚ୍ଚ ଲାଇଟରେ ଅସ୍ତ୍ରୋପଚାର କରାଯିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏନେଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଉଭୟଙ୍କ ଫୋନ ସ୍ୱିଚ ଅଫ ରହିଛି। ତେବେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ଅପେକ୍ଷା ରହିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details