ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ପୋଲିସର ଏନକାଉଣ୍ଟର: ସେକ ମେହତାବ ଆହତ, ପିସ୍ତଲ ସହ ଗୁଳି ଜବତ - କେନ୍ଦ୍ରାପଡ଼ା- ଗଣ୍ଡାଖିଆ

କିଛିଦିନର ବ୍ୟବଧାନ ପରେ କେନ୍ଦ୍ରାପଡା ପୋଲିସର ପୁଣି ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ଗିରଫ, ଜଣେ ଫେରାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Aug 6, 2019, 7:42 AM IST

କେନ୍ଦ୍ରାପଡା: ଅପରାଧୀଙ୍କୁ ସାବାଡ କରିବାକୁ ପୋଲିସ ଏବେ ଆପଣାଇଛି ଏନକାଉଣ୍ଟର ଫଣ୍ଡା । ଅପରାଧିଙ୍କ ସୂଚନା ପାଇବା ମାତ୍ରେ ପୋଲିସ ସିଧା କରୁଛି ଚଢାଉ । ଯଦି ଖସିବାକୁ ଉଦ୍ୟମ କରେ ଅପରାଧୀ, ସିଧା ଏନକାଉଣ୍ଟର ।

ଭୁବନେଶ୍ବର ପରେ ଆଜି କେନ୍ଦ୍ରାପଡା ପୋଲିସ କରିଛି ଏନକାଉଣ୍ଟର । ଆଜି ଭୋରରୁ କେନ୍ଦ୍ରାପଡ଼ା- ଗଣ୍ଡାଖିଆ ରାସ୍ତାର ଏରା ଠାରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ମେହତାବକୁ ଏନକାଉଣ୍ଟର କରିଛି ପୋଲିସ । ମେହତାବ କେନ୍ଦ୍ରାପଡ଼ା ସହରକୁ ଆସୁଥିବା ଖବର ପାଇ ସଦର ପୋଲିସ ଓ ସ୍ପେଶାଲ ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ମେହତାବ ଓ ତାର ଜଣେ ସହଯୋଗୀ ପୋଲିସ ଉପରକୁ 4 ରାଉଣ୍ଡ ଗୁଳି କରି ଖସିଯିବାକୁ ଉଦ୍ୟମ କରିଥିଲା କିନ୍ତୁ ପୋଲିସ ପାଲଟା ଗୁଳି ଚଳାଇ କାବୁ କରିଛି ମେହତାବକୁ । ତେବେ ମେହତାବକୁ ପୋଲିସ କାବୁ କରିଥିବାବେଳେ ତାର ସହଯୋଗୀ ଫେରାର ହୋଇଯାଇଛି | ମେହତାବ ଠାରୁ ପୋଲିସ ଗୋଟିଏ 9 ଏମଏମ ପିସ୍ତଲ, 9 ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରିବା ସହ ଗୋଟିଏ ଜୀବନ୍ତ ଗୁଳି ଘଟଣାସ୍ଥଳରୁ ଉଦ୍ଧାର କରିଛି ।

ସେକ ମେହତାବ ତିନିମୁହାଣୀ ବଜାର କମିଟି ସଭାପତି ତଥା ଯୁବ ବ୍ୟବସାୟୀ ବିବେକାନନ୍ଦ ମହାରଣା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି | ମେହତାବ ନାମରେ କେନ୍ଦ୍ରାପଡ଼ା ଜିଲାରେ ପ୍ରାୟ 8 ରୁ ଅଧିକ ମାମଲା ରହିଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂପୁର ଜିଲ୍ଲାରେ ପ୍ରାୟ 30 ରୁ ଅଧିକ ମାମଲା ଥିବା ଜଣାପଡ଼ିଛି |


କେନ୍ଦ୍ରାପଡାରୁ, ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details