ଓଡିଶା

odisha

ETV Bharat / state

ଅଜଣା ଗାଡି ଧକ୍କାରେ ମା ଓ ନବଜାତ ଶିଶୁକନ୍ୟା ମୃତ୍ୟୁ - injured

ଏକ ଅଜଣା ଗାଡି ଧକ୍କାରେ ଆଖି ବୁଜିଲେ ମା ଓ ନବଜାତ ଶିଶୁ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jun 22, 2019, 9:27 AM IST

କେନ୍ଦ୍ରାପଡା: ମୃତ୍ୟୁ ଏମିତି ବି ଆସେ। ନବଜାତକ ସହ ସପରିବାର ହସଖୁସିର ସହ ଘରକୁ ଫେରୁଥିବେଳେ ସତେ ଯେପରି ମୃତ୍ୟୁ ଅପେକ୍ଷା କରିଥିଲା ସେମାନଙ୍କୁ । ଅଟୋରେ ଫେରୁଥିବା ବେଳେ ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ନବଜାତକ ସହ ଜଣେ ମହିଳାଙ୍କର ମୃତ୍ୟ ହୋଇଛି । ଏହା ସହିତ ମୃତ ମହିଳାଙ୍କ ସ୍ବାମୀ ଓ ଜଣେ ଆଶା ଦିଦି ଗୁରତର ହୋଇଛନ୍ତି । ଏଭଳି ହୃଦୟବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଖମରପଡ଼ା ଛକ ନିକଟରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ମାର୍ଶାଘାଇ ଥାନା ଅନ୍ତର୍ଗତ ତେର ଗାଁପାଟଣା ଗାଁର ମାମା ମଲ୍ଲିକଙ୍କୁ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ଶନିବାର ସକାଳୁ ଏକ ଅଟୋ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସେମାନେ ଘରକୁ ଫେରୁଥିବା ବେଳେ ଖମରପଡା ଛକ ନିକଟରେ ଏକ ଅଜଣା ଗାଡି ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା ।

ଯାହାଫଳରେ ଘଟଣାସ୍ଥଳରେ ମାମା ଓ ତାଙ୍କ ନବଜାତ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା ବେଳେ ସ୍ୱାମୀ ମଦନ ମଲ୍ଲିକ ଓ ଆଶାଦିଦି ଗୁରୁତର ହୋଇଛନ୍ତି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି .

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details