ଓଡିଶା

odisha

ETV Bharat / state

ବ୍ୟାଙ୍କର ବେପରୁଆ ପାଇଁ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଗତ ରବିବାର କଜଳା ଗ୍ରାମର ଶେଜଲ ବଳ ନାମକ ଜଣେ ଛାତ୍ରୀ ସକାଳୁ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଗଛ ପଡି ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକେ  କେନ୍ଦ୍ରାପଡା  ତିନିମୁହାଣୀ-ନୂଆ ବସଷ୍ଟାଣ୍ଡ ରାସ୍ତାର ଅର୍ବାନ କୋଅପରେଟିଭ ବ୍ୟାଙ୍କ ସମ୍ମୁଖରେ ଛାତ୍ରୀଙ୍କ ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

By

Published : Sep 2, 2019, 8:45 PM IST

କେନ୍ଦ୍ରାପଡା: ଗଛ ପଡି ଜଣେ ଛାତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକେ କେନ୍ଦ୍ରାପଡା ତିନିମୁହାଣୀ-ନୂଆ ବସଷ୍ଟାଣ୍ଡ ରାସ୍ତାର ଅର୍ବାନ କୋଅପରେଟିଭ ବ୍ୟାଙ୍କ ସମ୍ମୁଖରେ ଛାତ୍ରୀଙ୍କ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ, ଗତ ରବିବାର କଜଳା ଗ୍ରାମର ଶେଜଲ ବଳ ନାମକ ଜଣେ ଛାତ୍ରୀ ସକାଳୁ ଟିଉସନ୍ ସାରି ଘରକୁ ଫେରୁଥିଲେ । ଏହି ସମୟରେ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ଲୋକେ କଜଳା ଅର୍ବାନ ବ୍ୟାଙ୍କ ପରିସରରେ ଥିବା ଏକ ଝାଉଁ ଗଛକୁ କାଟୁଥିବା ବେଳେ ହଠାତ୍ ଶେଜଲଙ୍କ ଉପରେ ଗଛଟି ଭାଙ୍ଗି ପଡିଯାଇଥିଲା ।


ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା। ତେବେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏପଟେ ଗଛକଟା ନେଇ ପୂର୍ବରୁ ସୂଚନା ମିଳିନଥିବା ବେଳେ ବ୍ୟାଙ୍କର ଖାମାଖିଆଲି ମନୋଭାବ ଯୋଗୁଁ ଜଣେ ନାବାଳିକାର ମୃତ୍ୟୁ ପ୍ରତିବାଦରେ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details