କେନ୍ଦ୍ରାପଡା:ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ ସ୍ଥାପନ ହେଲା ବନ୍ଧୁତା । ଆଉ କିଛି ଦିନର କଥାବାର୍ତ୍ତା ପରେ ବନ୍ଧୁ ଯୁବତୀଙ୍କ ପାଇଁ ଘର ଛାଡିଲେ ନାବାଳିକା । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଜଇପୁରା ଅଞ୍ଚଳରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ,ଜଇପୁରା ଅଞ୍ଚଳର ଜଣେ ନାବାଳିକା ସୋସିଆଲ ମିଡିଆରେ ଜଣେ ଅଜଣା ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା ।
ପରେ ସେ ସେହି ଯୁବତୀଙ୍କ ପାଇଁ ବାପାମା’ଙ୍କୁ ନ ଜଣାଇ ଏକାକୀ ବସ ଯୋଗେ ବନ୍ଧୁଙ୍କ ପାଖକୁ ଚାଲିଯାଇଥିଲେ ନାବାଳିକା। ଘରେ ଝିଅକୁ ନ ପାଇ ପରିବାର ସଦସ୍ୟ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ଫୋନ୍ ଟ୍ରାକିଂ କରି ୧୨ ବର୍ଷ ବୟସର ଛାତ୍ରୀଙ୍କୁ ଧରିବାକୁ ସମର୍ଥ ହୋଇଥିଲା। ୧୨ ଘଣ୍ଟା ମଧ୍ୟରେ ନାବାଳିକାଙ୍କୁ ସୋସୋ ଥାନା ଅଞ୍ଚଳରୁ ହେପାଜତକୁ ନେଇଥିଲା ପୋଲିସ । ନାବାଳିକା ଛାତ୍ରୀଙ୍କୁ ପୋଲିସ ତାଙ୍କ ବାପାମା’ଙ୍କ ଜିମା ଦେଇଛି ।