କେନ୍ଦ୍ରାପଡ଼ା:ନିର୍ବାଚନ ପ୍ରଚାର କରିବାକୁ ଯାଇ ନାବାଳିକା ସହ ଅସଦାଚରଣ ଅଭିଯୋଗ । ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମୀ ପଞ୍ଚାୟତ ନିର୍ବାଚନ ଭୋଟ ପ୍ରଚାର କରିବାକୁ ଯାଇଥିବା ବେଳେ ଘରେ ନାବାଳିକାଙ୍କୁ ଏକାକୀ ଦେଖି ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି ।
ନାବାଳିକା ଜଣକ ଚିତ୍କାର କରିବା ପରେ ପଡୋଶୀ ସମ୍ପୃକ୍ତ ରାଜନୈତିକ ଦଳର କର୍ମୀଙ୍କୁ କାବୁ କରିଥିଲେ । ଅଭିଯୁକ୍ତ ଜଣକ ହେଉଛନ୍ତି ଅକ୍ଷୟ ମଣ୍ଡଳ । ପଡ଼ୋଶୀଙ୍କ ସହାୟତାରେ ଗ୍ରାମବାସୀ ଅକ୍ଷୟଙ୍କୁ ଅଟକାଇ ରଖିଥିଲେ । ସେପଟେ ପୀଡ଼ିତ ପରିବାର ପକ୍ଷରୁ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ।