ଓଡିଶା

odisha

ETV Bharat / state

ଆନ୍ଦୋଳନରେ ଡାକ୍ତର, ବାରଣ୍ଡାରେ ଶିଶୁର ଜନ୍ମ

ଡାକ୍ତରଙ୍କ ସୁରକ୍ଷା ଦାବି ପ୍ରତିବାଦରେ ଆନ୍ଦୋଳନରେ ବସିଥିବା ଡାକ୍ତର ରୋଗୀଙ୍କ ସେବାରେ ଅନୁପସ୍ଥିତ । ଏହି କାରଣରୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ବାହାରେ ହିଁ ଜଣେ ମହିଳା ପ୍ରସବ ଯନ୍ତ୍ରଣା ସହ୍ୟ କରି ନପାରି ପ୍ରସବ କରିଛନ୍ତି ।

By

Published : Jun 18, 2019, 8:36 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଡାକ୍ତରଖାନା ବାରଣ୍ଡାରେ ଜନ୍ମ ନେଲା ନବଜାତ ଶିଶୁ । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ସ୍ତ୍ରୀ ଓ ପ୍ରସୂତି ୱାର୍ଡ ବାହାରେ ଥାଇ ମଧ୍ୟ ଜଣେ ମହିଳା ରାସ୍ତାରେ ପ୍ରସବ କରିଛନ୍ତି । ଏଭଳି ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ସୋମବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଏହି ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ମହିଳା ଜଣଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାରଲୋକେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣିଥିଲେ। ମେଡିକାଲରେ ପହଞ୍ଚିବା ପରେ ସମ୍ପର୍କୀୟମାନେ ପ୍ରସୂତିଙ୍କୁ ଭର୍ତ୍ତି କରିବାକୁ କାଉଣ୍ଟରକୁ ଟିକେଟ କରିବାକୁ ଯାଇଥିବା ସମୟରେ ହିଁ ମହିଳା ଜଣଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାକୁ ଦେଖିବା ପରେ ପରିବାର ଲୋକେ ଡାକ୍ତରଙ୍କୁ ଖୋଜିଥିଲେ ମଧ୍ୟ ଆନ୍ଦୋଳନ ଯୋଗୁଁ ଡାକ୍ତରମାନେ ଅନୁପସ୍ଥିତ ଥିଲେ ।

ଶେଷରେ ଯନ୍ତ୍ରଣା ଅସହ୍ୟ ହେବାରୁ ପ୍ରସୂତି ଜଣଙ୍କ ୱାର୍ଡ ବାହାରେ ଥିବା ରାସ୍ତାରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ। ଏହି ଘଟଣାକୁ ଦେଖି ମେଡିକାଲରେ ଥିବା ରୋଗୀ ସମ୍ପର୍କୀୟ ଓ ଅନ୍ୟମାନେ ହୋହଲ୍ଲା କରିବାରୁ ୱାର୍ଡରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଆସି ପ୍ରସୂତି ଜଣଙ୍କୁ ୱାର୍ଡ ଭିତରକୁ ନେଇଥିଲେ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ସମ୍ପର୍କ କରାଯାଇଥିଲେ ମଧ୍ୟ ସେ ଘଟଣା ସମ୍ପର୍କରେ କୌଣସି ମତାମତ ଦେଇନଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ପ୍ରଥମ ଘଟଣା ହୋଇଥିବାରୁ ବହୁ ବୁଦ୍ଧିଜୀବୀ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମାହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details