ଓଡିଶା

odisha

ETV Bharat / state

ସର୍ଟସର୍କିଟରୁ ଅଗ୍ନିକାଣ୍ଡ; 6 ବଖରା ଭସ୍ମୀଭୂତ, ୫ ଗୁରୁତର

କେନ୍ଦ୍ରାପଡ଼ା ଟାଉନ ସର୍କଲ ଅନ୍ତର୍ଗତ ଇମାମବାଡ଼ା ୱାର୍ଡରେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗି ୪ଟି ପରିବାରର ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଧିକ ପଢନ୍ତୁ...

By

Published : Mar 30, 2021, 10:04 AM IST

6 ବଖରା ଭସ୍ମୀଭୁତ, ୫ଗୁରୁତର
6 ବଖରା ଭସ୍ମୀଭୁତ, ୫ଗୁରୁତର

କେନ୍ଦ୍ରାପଡ଼ା: ବିଦ୍ୟୁତ ସର୍ଟସର୍କିଟରୁ ଘଟିଲା ଅଗ୍ନିକାଣ୍ଡ । କେନ୍ଦ୍ରାପଡ଼ା ଟାଉନ ସର୍କଲ ଅନ୍ତର୍ଗତ ଇମାମବାଡ଼ା ୱାର୍ଡରେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗି ୪ଟି ପରିବାରର ୮ ବଖରା ଘର ପୋଡି ପାଉଁଶ ହୋଇଯାଇଛି।

ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ

ସୂଚନା ମୁତାବକ, ଆଜି(ମଙ୍ଗଳବାର) ଭୋର ୪ଟା ସମୟରେ ଗାଁର ଫକୀର ଖାଁଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଯାଇଥିଲା। ଘରେ ଶୋଇଥିବା ଅବସ୍ଥାରେ କେହି କିଛି ଜାଣିବା ପୂର୍ବରୁ ଚାହୁଁଚାହୁଁ ନିଆଁ ବ୍ୟାପି ଯାଇଥିଲା।

ତେବେ ଏହି ଅଗ୍ନିକାଣ୍ଡରେ ୨ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇ ଥିବାବେଳେ ୩ଜଣ ଆହତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହାସହ ୩ଜଣଙ୍କ ଆଶୁ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଯାଇଛି। ଏହି ଅଗ୍ନିକାଣ୍ଡରେ ଫକୀର ଖାଁ, ବସିର ଖାଁ, ବାବୁ ଖାଁ ଓ ସାକୀର ଖାଁଙ୍କ ପରିବାର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛନ୍ତି ।

ଅନ୍ୟପଟେ ନିଆଁର ଆଁରୁ ପିନ୍ଧାଲୁଗା ବ୍ୟତୀତ ସବୁ ଆସବାବପତ୍ର ନଷ୍ଟ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ସୁନାଗହଣା ସମେତ ବହୁ ମୂଲ୍ୟବାନ ଜିନିଷ ପୋଡି ଯାଇଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ତିନୋଟି ଗାଡି ପହଞ୍ଚିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଘର ପୋଡି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣେ ବର୍ଷକର ଶିଶୁ ମଧ୍ୟ ଆହତ ହୋଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details