କେନ୍ଦ୍ରାପଡା: ରାଜନଗର ବ୍ଲକ ବ୍ରାହ୍ମଣୀ ନଦୀର ନଳିତା ପାଟିଆ ଠାରେ ଏକ ମୃତ ବଉଳା କୁମ୍ଭୀର ଉଦ୍ଧାର ହୋଇଛି । କୁମ୍ଭୀରର ଲମ୍ବ ପ୍ରାୟ 10 ଫୁଟ୍ରୁ ଊର୍ଦ୍ଧ୍ବ ହେବ । ମାଛ ଜାଲରେ ପଡି କୁମ୍ଭୀରର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ମାଛଜାଲରେ ଫସିଲା ବଉଳା କୁମ୍ଭୀର, ବ୍ରାହ୍ମଣୀ ନଦୀରୁ ମୃତଦେହ ଉଦ୍ଧାର - ବ୍ରାହ୍ମଣୀ ନଦୀ
ବ୍ରାହ୍ମଣୀ ନଦୀର ନଳିତା ପାଟିଆ ଠାରେ ଏକ ମୃତ ବଉଳା କୁମ୍ଭୀର ଉଦ୍ଧାର ହୋଇଛି । କୁମ୍ଭୀରର ଲମ୍ବ ପ୍ରାୟ 10 ଫୁଟ୍ରୁ ଊର୍ଦ୍ଧ୍ବ ହେବା ନେଇ ଅନୁମାନ କରାଯାଉଛି । ବନବିଭାଗ କୁମ୍ଭୀରର ମୃତଦେହ ଜବତ କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
ଖବର ପାଇ ବନବିଭାଗ ପହଞ୍ଚି କୁମ୍ଭୀରର ମୃତଦେହ ଜବତ କରିଛି । ରାଜ୍ୟରେ ଦିନକୁ ଦିନ ବଉଳା କୁମ୍ଭୀରର ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ମାଛ ଜାଲରେ ପଡି ଅନେକ କୁମ୍ଭୀର ପ୍ରାଣ ହରାଇଥିବା ନଜିରରହିଛି । ଭିତରକନିକା ଠାରୁ ମାତ୍ର କିଛି ଦୂରରେ ଯଦି କୁମ୍ଭୀର ସୁରକ୍ଷିତ ନୁହଁନ୍ତି, ତେବେ ଭିତରକନିକାରେ କେତେ ସୁରକ୍ଷିତ କୁମ୍ଭୀର ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Mar 21, 2019, 7:05 PM IST