ଓଡିଶା

odisha

ETV Bharat / state

କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ କେନ୍ଦ୍ରାପଡାର 9ଟି ବ୍ଲକ - ଜଳ ଶକ୍ତି ଅଭିଯାନ

ଦେଶର 255ଟି ଜଳକ୍ଳିଷ୍ଟ ଅଞ୍ଚଳ ମଧ୍ୟରୁ କେନ୍ଦ୍ରାପଡା ଅନ୍ୟତମ । ଉପକୂଳ ଓଡିଶାରେ ଅବସ୍ଥିତି ସତ୍ତ୍ବେ ଏଠାରେ ପାନୀୟ ଜଳର ଅଭାବ ରହିଛି ।

ପ୍ରତୀକାତ୍ମକ ଫଟୋ

By

Published : Jul 1, 2019, 7:34 PM IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କର ଜଳଶକ୍ତି ଅଭିଯାନ । 5ଟି ଦିଗ ଉପରେ ଗୁରୁତ୍ବ ଦେଇ ଏହି ଅଭିଯାନ ଆରମ୍ଭ ହୋଇଛି । ଏଥିରେ ଓଡିଶାର କେନ୍ଦ୍ରାପଡା ଜିଲ୍ଲାର 9ଟି ବ୍ଲକ ସାମିଲ ହୋଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଦେଶର 255ଟି ଜଳକ୍ଳିଷ୍ଟ ଅଞ୍ଚଳ ମଧ୍ୟରୁ କେନ୍ଦ୍ରାପଡା ଅନ୍ୟତମ । ଉପକୂଳ ଓଡିଶାରେ ଅବସ୍ଥିତି ସତ୍ତ୍ବେ ଏଠାରେ ପାନୀୟ ଜଳର ଅଭାବ ରହିଛି । ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଜଳଶକ୍ତି ଅଭିଯାନରେ କେନ୍ଦ୍ର ସରକାର କେନ୍ଦ୍ରାପଡାର 9ଟି ବ୍ଲକକୁ ସାମିଲ କରିଛନ୍ତି ।

ଏହି ଅଭିଯାନ ପାଇଁ କେନ୍ଦ୍ର ସରକାର 255 ଜଣ କେନ୍ଦ୍ରୀୟ ପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି । ଜଳ ସଂରକ୍ଷଣ ଓ ବର୍ଷାଜଳ ପ୍ରକ୍ରିୟାକରଣ, ପାରମ୍ପରିକ ଜଳଉତ୍ସର ପୁନରୁଦ୍ଧାର, ବୋରୱେଲର ରିଚାର୍ଜ, ଜଳଛାୟାର ବିକାଶ ଓ ବ୍ୟାପକ ବନିକରଣ ଭଳି 5ଟି ଦିଗ ଉପରେ ଗୁରୁତ୍ବ ଦେଇ ଜଳଶକ୍ତି ଅଭିଯାନ ଆରମ୍ଭ ହୋଇଛି । ଏହା ସମ୍ପର୍କରେ ବିସ୍ତୃତ ଭାବେ ରାଜ୍ୟ ଜଳସମ୍ପଦ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details