ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ‘5ଟି’ ସଚିବ, ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସହ କଲେ ଆଲୋଚନା - 5t secretary vk pandian

ଆଜି ‘5ଟି’ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ କେନ୍ଦ୍ରାପଡା ଗସ୍ତ କରିଛନ୍ତି । ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଛନ୍ତି ପାଣ୍ଡିଆନ ।

ଡିଜାଇନ ଫଟୋ

By

Published : Oct 15, 2019, 4:23 PM IST

କେନ୍ଦ୍ରାପଡା: ‘5ଟି’ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ। ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଛନ୍ତି ପାଣ୍ଡିଆନ । ଏହି ସମୟରେ ସ୍ବଚ୍ଛତା ସହ ରୋଗୀମାନଙ୍କ ସୁବିଧା କଥା ପଚାରି ବୁଝିଥିଲେ ସେ ।

ଏହାପରେ ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରିବା ସହ ଇଛାପୁର ଶ୍ୟାମଗୁଡିଆ ଠାରେ ନିର୍ମାଣଧୀନ ଶିଶୁ ଓ ମାତୃ ମେଡିକାଲ ପରିଦର୍ଶନ କରିଛନ୍ତି ପାଣ୍ଡିଆନ। ଆଜି ପୂର୍ବାହ୍ନ ପ୍ରାୟ ସାଢେ ଦଶଟାରେ ସେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉର୍ମିଳା ମିଶ୍ରଙ୍କ ଉପସ୍ଥିତିରେ ସଚିବ ପ୍ରଥମେ ପ୍ରସୂତି ବିଭାଗ ଓ ପରେ ପରେ ମହିଳା ଓ ଶିଶୁ ବିଭାଗ, ପୁରୁଷ ସର୍ଜରୀ ବିଭାଗ, ପାଥୋଲ୍ୟାବ ପ୍ରଭୃତି ପରିଦର୍ଶନ କରି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଜି ‘5ଟି’ ସଚିବଙ୍କ କେନ୍ଦ୍ରାପଡା ଗସ୍ତ ଥିବା ଜାଣି ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ରୋଗୀମାନଙ୍କ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ ।

ସେପଟେ ସଚିବଙ୍କ ଗସ୍ତକୁ ଲକ୍ଷ୍ୟ କରି ବର୍ଷରେ କେବେ ଚୂନ ଛୁଆଁ ପାଉନଥିବା କାନ୍ଥରେ ରଙ୍ଗ ମରା ଚାଲିଛି । ଅନ୍ୟପକ୍ଷରେ ସଚିବଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଅନେକ ବ୍ୟବସ୍ଥା ପ୍ରଶାସନ କରିଥିବା ଅଭିଯୋଗ ହୋଇଛି ।

‘5ଟି’ ସଚିବଙ୍କ ସହିତ ଯୋଜନା ସଚିବ ସୁରେଶ ମହାପାତ୍ର ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ମେଡିକାଲ ପରିଦର୍ଶନ କରିଥିଲେ |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details