ଓଡିଶା

odisha

କେନ୍ଦ୍ରାପଡା ଚିକିତ୍ସା ଇତିହାସରେ ପ୍ରଥମ, ମହିଳାଙ୍କ ପେଟରୁ ବାହାରିଲା 5 କେଜିର ଟ୍ୟୁମର

By

Published : Jul 28, 2023, 8:03 AM IST

Updated : Jul 28, 2023, 8:58 AM IST

ବିଜୁ ସ୍ଵାସ୍ଥ୍ୟ କାର୍ଡରେ ମାଗଣା ଟ୍ୟୁମର ଅପରେସନ କଲେ ମହିଳା । ମହିଳାଙ୍କ ପେଟରୁ ବାହାରିଲା 5 କିଲୋରୁ ଊର୍ଦ୍ଧ୍ବ ଓଜନର ଟ୍ୟୁମର । ଅଧିକ ପଢନ୍ତୁ

doctors remove tumour from womans stomach
doctors remove tumour from womans stomach

ମହିଳାଙ୍କ ପେଟରୁ ବାହାରିଲା 5 କେଜିର ଟ୍ୟୁମର

କେନ୍ଦ୍ରାପଡା:ଜିଲ୍ଲାର ଚିକିତ୍ସା ଇତିହାସରେ ପ୍ରଥମ । ଏକ ଘରୋଇ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର । ମହିଳାଙ୍କ ପେଟରୁ ବାହାରିଲା 5 କିଲୋରୁ ଊର୍ଦ୍ଧ୍ବ ଓଜନର ଟ୍ୟୁମର । ତିନିମୁହାଣୀ ସ୍ଥିତ ଶ୍ରୀରାମ ହସ୍ପିଟାଲରେ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଛି । ବିଜୁ ସ୍ଵାସ୍ଥ୍ୟ କାର୍ଡ ଯୋଗୁଁ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣା ହୋଇଛି । ଏଥି ପାଇଁ ମହିଳା ଜଣଙ୍କ ଗୋଟିଏ ବି ଟଙ୍କା ଖର୍ଚ୍ଚ କରିନାହାନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଡ଼ଃ ଦେବପ୍ରସାଦ ସାହୁ । ଅସ୍ତ୍ରୋପଚାର ପରେ ମହିଳା ଜଣଙ୍କ ସୁସ୍ଥ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ଆପୋଲୋରେ ବିରଳ ଅସ୍ତ୍ରୋପଚାର, ମହିଳାଙ୍କ ଶରୀରରୁ ବାହାରିଲା 50 କି.ଗ୍ରା ଟ୍ୟୁମର

କେନ୍ଦ୍ରାପଡା ମହାକାଳପଡ଼ା ବ୍ଲକ ବିଜୟନଗର ଅଞ୍ଚଳର ଅଲେଖ ଦାସ । ତାଙ୍କ ପତ୍ନୀ ମିନତୀ ଦାସଙ୍କ ବୟସ 65 ବର୍ଷ । ବର୍ଷ ବର୍ଷ ଧରି ସେ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଯନ୍ତ୍ରଣା ବଢିଲେ ସ୍ଥାନୀୟ ମେଡିକାଲକୁ ଯିବା ପରେ ଔଷଧ ଦୋକାନରୁ ମେଡିସିନ ଖାଇ ଯନ୍ତ୍ରଣାକୁ ଚପାଇ ରଖୁଥିଲେ । ଦିନକୁ ଦିନ ଏହି ଯନ୍ତ୍ରଣା ବଢିବାରୁ ଶେଷରେ କେନ୍ଦ୍ରାପଡ଼ା ସହର ତିନିମୁହାଣୀ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପେଟ ଯନ୍ତ୍ରଣା ପାଇଁ ପରୀକ୍ଷା କରିବାକୁ ଆସିଥିଲେ । ସେଠାରେ ଡ଼ାକ୍ତର ସମସ୍ତ ପରୀକ୍ଷା ନିରୀକ୍ଷା କରିବା ପରେ ପେଟରେ ଟ୍ୟୁମର ଥିବା ଜାଣିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଶ୍ବାସନଳୀରୁ ବାହାରିଲା ଟ୍ୟୁମର, ନୂଆ ଜୀବନ ପାଇଲା ରିଙ୍କୁ

ଏହା ମଧ୍ୟ ପଢନ୍ତୁ-ବିରଳ ଅସ୍ତ୍ରୋପଚାର, ଖାଦ୍ୟନଳୀରୁ ବାହାରିଲା ୬.୫ ସେମିର ଟ୍ୟୁମର

ଏହାପରେ ଡ଼ାକ୍ତରଙ୍କୁ ଅପରେସନ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ବୋଲି ମିନତୀଙ୍କ ପରିବାର ପକ୍ଷରୁ ପଚରାଯାଇଥିଲା । ମିନତୀଙ୍କ ନିକଟରେ ସ୍ଵାସ୍ଥ୍ୟ କାର୍ଡ ଥିବାରୁ ସମ୍ପୂର୍ଣ୍ଣ ମାଗଣାରେ ଅପରେସନ କରାଯାଇ ପାରିବ ବୋଲି ଜଣାଇ ଦିଆଯିବା ପରେ ଆଗକୁ ବଢିଥିଲେ ପରିବାର ଲୋକେ । ଏହି ବିରଳ ଅସ୍ତ୍ରୋପଚାର ପୂର୍ବରୁ କର୍କଟ ଆଶଙ୍କା କରି ଏହାକୁ ପରୀକ୍ଷା କରାଯାଇଥିଲା । ପରେ ପରେ ମହିଳାଙ୍କ ଅସ୍ତ୍ରୋପଚାର କରି ପେଟରୁ 5 କିଲୋ 7 ଶହ ଗ୍ରାମର ଏକ ମାଂସ ପିଣ୍ଡୁଳା ବାହାର କରାଯାଇଛି । ଏହି ଅସ୍ତ୍ରୋପଚାର ପରେ ମହିଳା ଜଣଙ୍କ ସୁସ୍ଥ ରହିଛନ୍ତି । ପରେସନରେ ହସ୍ପିଟାଲର ଡାକ୍ତର ଦେବପ୍ରସାଦ ସାହୁ, ଡ଼ାକ୍ତର ସୌମ୍ୟକାନ୍ତ ପାତ୍ର, ଡ଼ାକ୍ତର ରିତେନ୍ଦ୍ର ମହାନ୍ତି, ଫାର୍ମାସିଷ୍ଟ ସୁପ୍ରିୟା ଷଣ୍ଢ, ଷ୍ଟାଫ ନର୍ସ କଳ୍ପନା ସେଠୀ, ବେବିଲତା ଜେନା ପ୍ରମୁଖ ସହଯୋଗ କରିଥିଲେ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Jul 28, 2023, 8:58 AM IST

ABOUT THE AUTHOR

...view details