ଓଡିଶା

odisha

ETV Bharat / state

ଚୂଡାନ୍ତ ପର୍ଯ୍ୟାୟରେ କେନ୍ଦ୍ରାପଡା ନିର୍ବାଚନ, ସଜବାଜ ହେଲେଣି ପୋଲିଂ ପାର୍ଟି

କେନ୍ଦ୍ରାପଡ଼ା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାରଠାରୁ ସମସ୍ତ ବୁଥରେ ଇଭିଏମ ପଠାଯାଇଛି । ଏଥିଲାଗି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସାରିଛି ।

By

Published : Apr 28, 2019, 7:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ରାତି ପାହିଲେ ଆରମ୍ଭ ହୋଇଯିବ 4ର୍ଥ ତଥା ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିଲାଗି ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ । ସେପଟେ କେନ୍ଦ୍ରାପଡ଼ା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାରଠାରୁ ସମସ୍ତ ବୁଥରେ ଇଭିଏମ ପଠାଯାଇଥିବା ବେଳେ ଜିଲ୍ଲାପାଳ ଦାଶରଥି ଶତପଥୀ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଉପସ୍ଥିତ ରହି ସମସ୍ତ ନିର୍ବାଚନୀ କାର୍ଯ୍ୟର ତଦାରଖ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


କେନ୍ଦ୍ରାପଡାରେ ଜିଲ୍ଲାରେ 1438ଟି ବୁଥ ଥିବାବେଳେ ଆଦର୍ଶ ବୁଥ ସଂଖ୍ୟା ରହିଛି 35 । ସେହିପରି ଗତ ମାର୍ଚ୍ଚ 10ରେ ପ୍ରକାଶିତ ସମ୍ଭାବ୍ୟ ତାଲିକା ଅନୁଯାୟୀ 143ଟି ସମ୍ବେଦନଶୀଳ ବୁଥ ରହିଛି । ତେବେ 4ର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମ୍ବେଦନଶୀଳ ବୁଥର ସଠିକ ସଂଖ୍ୟା ନିର୍ବାଚନ ସମୟରେ ଜଣାପଡିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ମତଦାନ ହେଉଛି ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ଓ ଅଧିକାର । ତେଣୁ ଚଳିତ ନିର୍ବାଚନରେ ଜିଲ୍ଲାରେ ଅଧିକରୁ ଅଧିକ ମତଦାନ ପାଇଁ ଇଟିଭି ଭାରତ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲାପାଳ ଦାଶରଥି ଶତପଥୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details