ଓଡିଶା

odisha

ETV Bharat / state

4ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ କେନ୍ଦ୍ରାପଡା

4ର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କେନ୍ଦ୍ରାପଡା । ଜିଲ୍ଲାର ମୋଟ ୧୪୩୮ଟି ମତାମତ କେନ୍ଦ୍ରରେ ଭୋଟ କରାଯିବାକୁ ସ୍ଥିର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Apr 27, 2019, 4:07 PM IST

କେନ୍ଦ୍ରାପଡ଼ା: ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । 4ର୍ଥ ପର୍ଯ୍ୟାୟ ଭୋଟକୁ ଆଉ ୪୮ ଘଣ୍ଟା । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା ଓ ପାଞ୍ଚୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ନିର୍ବାଚନ ପାଇଁ ଇଭିଏମ ଓ ଭିଭିପାଟ ମେସିନ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ ପଠାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରୁ ଶୁକ୍ରବାର ମଧ୍ୟରାତ୍ରୀରୁ ଜିଲ୍ଲାର ସମସ୍ତ ୯ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ କଡା ସୁରକ୍ଷା ବଳୟ ମଧ୍ୟରେ ଇଭିଏମ ଗୁଡିକୁ ବିଭିନ୍ନ ବୁଥକୁ ପଠାଯାଉଛି ।

ଶନିବାର ଅପରାହ୍ନରେ ସମସ୍ତ ବୁଥରେ ଇଭିଏମ ଗୁଡିକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ମୋଟ ୧୪୩୮ଟି ମତାଦାନ କେନ୍ଦ୍ରରେ ଭୋଟ ଗ୍ରହଣ ପାଇଁ ସ୍ଥିର କରାଯାଇଥିବା ବେଳେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଯୋଗଦେବା ପାଇଁ ସରକାରୀ କର୍ମଚାରୀ ମାନେ ତତ୍ପର ହୋଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details