ଓଡିଶା

odisha

ETV Bharat / state

ପୁଣି ଦୂର୍ବୃତ୍ତଙ୍କ ଟାର୍ଗେଟରେ କେନ୍ଦ୍ରାପଡା ଠିକାଦାର

ଦୂର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର କେନ୍ଦ୍ରପଡା ଠିକାଦାର । ବୁଧବାର ରାତିରେ ଗୁଳକାଣ୍ଡ କରିଥିଲେ କେନ୍ଦ୍ରାପଡାର ତିନି ଦୂର୍ବୃତ୍ତ ।

By

Published : Aug 15, 2019, 7:10 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପୁଣି କେନ୍ଦ୍ରାପଡାରେ ଗର୍ଜିଲା ଅପରାଧୀଙ୍କ ବନ୍ଧୁକ ଶବ୍ଦ । ଗୁରୁବାର ସ୍ବାଧୀନତା ଦିବସ ପାଳନ ପାଇଁ ସହରରେ ଅନେକ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସତ୍ତ୍ବେ ପୁଣି ଅପରାଧୀ କାଣ୍ଡ ଦେଖିବାକୁ ମିଳିଛି । ବୁଧବାର ରାତି 11.30 ଘଣ୍ଟିକାରେ କେନ୍ଦ୍ରାପଡା ସଦର ଥାନ ଅନ୍ତର୍ଗତ କଳପଡା ନିକଟରେ ଠିକାଦାରଙ୍କୁ ଗୁଳିମାଡ଼ କରି ଅପରାଧୀମାନେ ଚମ୍ପଟ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପ୍ରକାଶ ଥାଉକି ମାର୍ଶାଘାଇ ବଛରାଇ ଅଞ୍ଚଳର ରାଜେଶ ମୁଦୁଲି ଓ ବରାଇ ଗାଁର ବିନୋଦ ସାହୁ ଠିକାଦାର ଭାବେ ବିଭିନ୍ନ ସରକାରୀ ଟେଣ୍ଡରରେ ଅଂଶଗ୍ରହଣ କରି କାମ କରନ୍ତି । ଗତ କିଛିଦିନ ପୂର୍ବେ ରାଜେଶଙ୍କ ଘରେ ଦାଦାବଟି ମାଗି ବିଫଳ ହେବାକୁ ଦୁର୍ବୃତ୍ତ ମାନେ ବୋମାାଡ଼ କରିଥିଲେ ।

ଆଉ ବୁଧବାର ରାଜେଶ, ବିନୋଦ ଓ ତାଙ୍କର ଜଣେ ସହଯୋଗୀ ରଞ୍ଜନ ଭୂୟାଁ ଆପାଚେ 200ସିସି ଗାଡ଼ିରେ ଫେରୁଥିବା ବେଳେ, ଅନ୍ୟ ଏକ ଆପାଚେ 220ସିସି ଗାଡି଼ରେ ତିନି ଦୂର୍ବୃତ୍ତ ତାଙ୍କୁ ପିଛା କରିଥିଲେ । ଗାଡି଼ରେ ଥିବା ସେହି ଦୂର୍ବୃତ୍ତ ସେମାନଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ ।

ପରେ ଦୁର୍ବୃତ୍ତମାନେ ସେଠାରେ ଗୁଳି ଚଳାଇ ଦ୍ରୁତ ଗତିରେ ଫେରାର ହୋଇଯାଥିଲେ । ଅନ୍ୟପଟେ ଆହତ ଦୁଇଜଣଙ୍କୁ ଧରି ରଞ୍ଜନ କଳପଡା ବଜାର ନିକଟକୁ ଚାଲିଆସି ସ୍ପେଶାଲ ସ୍କ୍ୱାର୍ଡ ଦାୟିତ୍ବରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଫୋନ କରିଥିଲେ ।

ରାଜେଶଙ୍କ ପିଠିରେ ଗୋଟିଏ ଗୁଳି ବାଜିଥିବା ବେଳେ ବିନୋଦଙ୍କ ପେଟ, ଅଣ୍ଟା ଓ ଜଙ୍ଘରେ ତିନି ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି । ଆହତ ମାନଙ୍କୁ ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅପରାଧୀଙ୍କ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି।

ଅନ୍ୟପଟେ ଗୁଳିକାଣ୍ଡର ଶିକାର ହୋଇଥିବା ଠିକାଦାର ମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି। ପୁରୀ ଜିଲ୍ଲାରେ ପୋଲିସ ଛାଉଣୀ ହୋଇଥିବା ବେଳେ ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଏଭଳି ଅପରାଧ ଘଟାଉଥିବା ଜନସାଧାରଣଙ୍କ ମନରେ ଭୟର ବାତବରଣ ସୃଷ୍ଟି କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details