ବାତ୍ୟା ପାଇଁ କେନ୍ଦ୍ରାପଡାରେ 1 ଲକ୍ଷ 4 ହଜାର ଲୋକ ହୋଇଛନ୍ତି ସ୍ଥାନାନ୍ତରିତ
02:27 May 26
ବାତ୍ୟା ପାଇଁ କେନ୍ଦ୍ରାପଡାରେ 1 ଲକ୍ଷ 4 ହଜାର ଲୋକ ହୋଇଛନ୍ତି ସ୍ଥାନାନ୍ତରିତ
କେନ୍ଦ୍ରାପଡ଼ା: ବାତ୍ୟା ‘ୟସ’ ତାର କରାଳ ରୁପ କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖାଉଥିବାବେଳେ ଜିରୋ କ୍ୟାଜୁଆଲିଟି ଲକ୍ଷ୍ୟରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିର କଚାଘରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।ଗତକାଲି ଅପରାହ୍ନ ସୁଦ୍ଧା ମୋଟ ୧,୦୪,୮୦୮ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟ ଘରଗୁଡିକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।
ସ୍ଥାନାନ୍ତରିତ ହୋଇତିବା ଲୋକଙ୍କ ମଧ୍ୟରେ ରାଜନଗର ବ୍ଲକରେ ସର୍ବାଧିକ ୩୧,୩୦୩ ଜଣ ରହିଥିବାବେଳେ ଗରଦପୁର ବ୍ଲକରେ ସର୍ବନିମ୍ନ ୨,୭୨୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆଳି ବ୍ଲକରେ ୭୮୫୬ ଜଣ,ଡେରାବିଶ୍ ବ୍ଲକରେ ୬୮୪୦ଜଣ, କେନ୍ଦ୍ରାପଡ଼ା ବ୍ଲକରେ ୬୫୨୨ ଜଣ,ମାର୍ଶାଘାଇ ବ୍ଲକରେ ୨୭୫୦ ଜଣ, ମହାକାଳପଡ଼ା ବ୍ଲକରେ ୨୭୦୫୦ ଜଣ,ପଟ୍ଟାମୁଣ୍ଡାଇ ବ୍ଲକରେ ୯୨୩୫ ଜଣ,ରାଜକନିକା ବ୍ଲକରେ ୭୩୭୧ଜଣ,କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ୧୬୫୮ ଜଣ ଓ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ମୋଟ ୧୪୯୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ