ଓଡିଶା

odisha

ETV Bharat / state

Water For Animal: ପଶୁ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଉଛି ୟୁଥ ଫର ଚେଞ୍ଜ

ପ୍ରଖର ଗ୍ରୀଷ୍ମପ୍ରବାହ ଯୋଗୁଁ ବହୁତ ପକ୍ଷୀ ଅଂଶୁଘାତରେ ପ୍ରାଣ ହରାଉଛନ୍ତି । ହେଲେ ସେମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରୁଛନ୍ତି Youth For Change ସଂଗଠନ । ଫୁଲବାଣୀ ସହରରେ ୧୩ଟି ୱାର୍ଡର ଛକ ମାନଙ୍କରେ ସିମେଣ୍ଟ କୁଣ୍ଡ ରଖିବା ସହିତ ନିକଟସ୍ଥ ଜଙ୍ଗଲ, ରାସ୍ତା କଡ଼, ପାର୍କ ନିକଟରେ କୁଣ୍ଡ ରଖି ସେଥିରେ ପାଣି ଭର୍ତ୍ତି କରୁଛନ୍ତି । ଅଧିକ ପଢନ୍ତୁ

Water For Animal: ପଶୁ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଉଛି ୟୁଥ ଫର ଚେଞ୍ଜ
Water For Animal: ପଶୁ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଉଛି ୟୁଥ ଫର ଚେଞ୍ଜ

By

Published : May 2, 2022, 7:02 AM IST

ଫୁଲବାଣୀ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରଖର ଗ୍ରୀଷ୍ମପ୍ରବାହ ଯୋଗୁଁ ପୋଖରୀ ମାନଙ୍କର ପାଣି ଶୁଖିବାରେ ଲାଗିଛି । ପ୍ରାଣୀମାନେ ପିଇବା ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ମଣିଷ ସିନା ପାଣି ବୁନ୍ଦାଏ ମାଗି ଯାଚି ବଞ୍ଚିଯାଉଛି ହେଲେ କଥା କହିପାରୁନଥିବା ପ୍ରାଣୀଙ୍କ କଥା ଲକହିବା ଭଲ । କିଏ ବା ବୁଝିବ ସେମାନଙ୍କ କଥା ? ବହୁତ ପକ୍ଷୀ ଅଂଶୁଘାତରେ ପ୍ରାଣ ହରାଉଛନ୍ତି ।

Water For Animal: ପଶୁ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଉଛି ୟୁଥ ଫର ଚେଞ୍ଜ

ଏପରି ସ୍ଥଳେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥ ଫର ଚେଞ୍ଜ(Youth For Change) ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଯାହା ସମାଜ ପାଇଁ ଏକ ବଢ ଉଦାହରଣ ସୃଷ୍ଟି କରିିଛି । ହୁତୁ ହୁତୁ ଖରା ଓ ଗ୍ରୀଷ୍ମ ଦାଉରୁ ନିରିହ ପକ୍ଷୀ ମାନଙ୍କର ତୃଷ୍ଣାକୁ ମେଣ୍ଟେଇବା ପାଇଁ କନ୍ଧମାଳ ୟୁଥ ଫର ଚେଞ୍ଜର ସଦସ୍ୟ ସଦସ୍ୟା ମାନେ ପକ୍ଷୀ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିଛନ୍ତି । ଫୁଲବାଣୀ ସହରରେ ୧୩ଟି ୱାର୍ଡର ଛକ ମାନଙ୍କରେ ସିମେଣ୍ଟ କୁଣ୍ଡ ରଖିବା ସହିତ ନିକଟସ୍ଥ ଜଙ୍ଗଲ, ରାସ୍ତା କଡ଼, ପାର୍କ ନିକଟରେ କୁଣ୍ଡ ରଖି ସେଥିରେ ପାଣି ଭର୍ତ୍ତି କରୁଛନ୍ତି ।

ରବିବାର ଏହି କାର୍ଯ୍ୟକ୍ରମକୁ ପୌରପରିଷଦ ଅଧକ୍ଷା ସ୍ମିତାରଣୀ ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଛନ୍ତି । ଏହି ଅବସରରେ Youth For Change ପକ୍ଷରୁ ସଭାପତି ଅମରଜ୍ୟୋତି ରାୟ, ୮ ନମ୍ବର କାଉସିଲର ରାଜେନ୍ଦ୍ର ପାଢ଼ୀଙ୍କ ସହିତ ଅନ୍ୟ ସଦସ୍ୟ ସୁରଜ, ରାହୁଲ, ସାଇ, ସୌରଭ, ସୁନୀଲ, ରିକି, ସିତୁ ଓ ସୋୟମ ପ୍ରମୁଖ ଉପସ୍ଥିତ ରହିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details