ଓଡିଶା

odisha

ETV Bharat / state

ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର - ହାତବନ୍ଧା ହୋଇଥିବା ଅବସ୍ଥାରେ ଝୁଲନ୍ତ ମୃତ ଦେହ ଉଦ୍ଧାର

ହାତବନ୍ଧା ହୋଇଥିବା ଅବସ୍ଥାରେ ଝୁଲନ୍ତ ମୃତଦେହ ଉଦ୍ଧାର। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଚୂନପଲି ଗାଁରୁ ଆସିଛି ଏଭଳି ଅଭିଯୋଗ। ପରିବାର ହତ୍ୟା ଅଭିଯୋଗ ଆଣିଥିବା ବେଳେ ଖୋଳତାଡ ଆରମ୍ଭ କରିଛି ପୋଲିସ। ଅଧିକ ପଢ଼ନ୍ତୁ

ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ
ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ

By

Published : Mar 27, 2023, 9:02 PM IST


ଫୁଲବାଣୀ:ଚୂନପଲି ଗାଁରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ହାତବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ପରିବାର ହତ୍ୟା ଅଭିଯୋଗ ଆଣିଥିବା ବେଳେ ଖୋଳତାଡ ଆରମ୍ଭ ହୋଇଛି । ତେବେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଚୂନପଲି ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦାଗଡି ନିକଟରେ ସୋମବାର ସକାଳୁ ଏକ ଗଛରୁ ଜଣେ ଯୁବକର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବସୀ ।

ମୃତ ଯୁବକ ରାଇକିଆ ଚୁନପଲ୍ଲୀ ଅଞ୍ଚଳର ଅରବିନ୍ଦ ଦଳବେହେରା ହୋଇଥିବା ସୂଚନା ମିଳିଛି । ଅରବିନ୍ଦ ଗତକାଲି(ରବିବାର) ସନ୍ଧ୍ୟାରୁ ଘରୁ ବାହାରକୁ ଯାଇ ରାତି ସୁଦ୍ଧା ଘରକୁ ଫେରି ନଥିଲେ । ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ କୌଣସି ପତ୍ତା ମିଳି ନଥିଲା । ତେବେ ସୋମବାର ସକାଳୁ ଦାଗଡି ନିକଟ ଏକ ଗଛରେ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଥିବାବେଳେ ପଛପଟେ ହାତ ବନ୍ଧାଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏହି ଘଟଣା ସମ୍ପର୍କରେ ପରିବାର ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ଜି.ଉଦୟଗିରି ଏସଡିପିଓ ତିରୁମାଲା ପଟ୍ଟନାୟକ ଏବଂ ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର ଫରେନ୍ସିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଥିଲେ । ରାଇକିଆ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ସୂଚନା ଅନୁଯାୟୀ, ବର୍ଷେ ତଳେ ଅରବିନ୍ଦ ଦଳ ବେହେରା ବାହାଘର ହୋଇଥିଲା । ସେ ଦିନ ମଜୁରିଆ ଭାବେ କାମ କରନ୍ତି । ଗତକାଲି ରବିବାର ନୂଆଖାଇ ପୂଜା ସାରିବା ପରେ ଅପରାହ୍ନ ପ୍ରାୟ ୫ଟା ବେଳେ ଘରୁ ଅରବିନ୍ଦ ବୁଲିବାକୁ ବାହାରିଥିଲେ । ରାତି ହୋଇ ସକାଳ ହେଲେ ମଧ୍ୟ ପୁଅ ଘରକୁ ନଫେରିବାରୁ ମାଆ ଓ ପତ୍ନୀ ବ୍ୟସ୍ତ ହୋଇପଡ଼ିଥିଲେ । ସକାଳୁ ଦାଗଡି ନିକଟସ୍ଥ ଏକ ଗଛରେ ପୁଅର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ଖବର ପରିବାରକୁ ଭାଙ୍ଗି ଦେଇଛି ।

ତେବେ ଅରବିନ୍ଦଙ୍କ ହାତ ବନ୍ଧା ହୋଇଥିବାରୁ ଏହା ହତ୍ୟା ନା ଆତ୍ମ ହତ୍ୟା । ଯଦି କେହି ହତ୍ୟା କରିଛି ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା । ଏମିତି ବିଭନ୍ନ ପ୍ରଶ୍ନ ଭିତରେ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପରିବାର ଲୋକେଙ୍କ କହିବା ଅନୁଯାୟୀ ଅରବିନ୍ଦ ଆତ୍ମହତ୍ୟା କରି ନାହାଁନ୍ତି। ତାଙ୍କୁ ହତ୍ୟା କରାଯାଇଛି। ଅନ୍ୟପଟେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି ।ଫରେନ୍ସିକ ରିପୋର୍ଟ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆଗାମୀ ପର୍ଯ୍ୟାୟ ତଦନ୍ତ କରାଯିବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details