ଓଡିଶା

odisha

ETV Bharat / state

ମା’ ଗୃହ ଯୋଜନା ଫେଲ, ଅଟୋରେ ପ୍ରସୂତିଙ୍କ ପ୍ରସବ - କନ୍ଧମାଳ ଖବର

ଡାକ୍ତରଖାନା ଯିବା ବାଟରେ ଅଟୋରେ ପ୍ରସବ କଲେ ମହିଳା । ପ୍ରସୂତୀଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ‘ମା ଗୃହ’କୁ ଆଣି ପ୍ରସବ ସରିବା ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ତଥାପି ଏପରି ଘଟଣା ପରେ ‘ମା ଗୃହ ଯୋଜନା’ ଉପରେ ଉଠିଛି ପ୍ରଶ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଲ

By

Published : Aug 20, 2019, 8:18 PM IST

ଫୁଲବାଣୀ: ପୁଣି ଯନ୍ତ୍ରଣା ଭୋଗିଲେ ଜନନୀ । ମେଡିକାଲ ଯିବା ବାଟରେ ଅଟୋରେ ପ୍ରସବ କଲେ ମହିଳା। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କିରିକୁଟି ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଲ

ସୂଚନା ଅନୁସାରେ କିରିକୁଟି ଗ୍ରାମର ଉତ୍ତମ ଦଣ୍ଡସେନାଙ୍କ ସ୍ତ୍ରୀ ସମିତା ଦଣ୍ଡସେନାଙ୍କର ଜନନୀ ଯନ୍ତ୍ରଣା ହୋଇଥିଲା । ଅତ୍ୟଧିକ ଯନ୍ତ୍ରଣା ହେଉଥିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ନ ଡାକି ଗାଁର ଏକ ଅଟୋରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଭିମୁଖେ ବାହାରିଥିଲେ, ହେଲେ କିଛିବାଟ ଯିବାପରେ ଅଟୋରେ ହିଁ ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସେମାନଙ୍କୁ ସିମନବାଡି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାପରେ ଉଭୟ ମା ଓ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଅଛି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯଦି ପ୍ରସୂତିଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତେବେ ମା ଗୃହ ଯୋଜନା କାହା ପାଇଁ । ପ୍ରସୂତୀ ମହିଳାମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମା’ ଗୃହକୁ ଆଣି ପ୍ରସବ ସରିବା ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ହେଲେ ଏହାର ବ୍ୟତିକ୍ରମ ଯୋଗୁଁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି।

ତେବେ ଏନେଇ ସୂଚନା ପାଇବା ପରେ ତୁରନ୍ତ ରିପୋର୍ଟ ମାଗିଛନ୍ତି ସିଡିଏମଓ । ଦାରିଙ୍ଗବାଡି ମେଡିକାଲ ଅଧିକାରୀ ଏ ସମ୍ପର୍କରେ ରିପୋର୍ଟ ଦେବେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details