ଓଡିଶା

odisha

ETV Bharat / state

କେମିତି ନେତାଙ୍କୁ ଚାହୁଁଛନ୍ତି ଭୋଟର?

ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା 18 ତାରିଖରେ କନ୍ଧମାଳ ଲୋକସଭା କ୍ଷେତ୍ରରେ ହେବ ଭୋଟ ଗ୍ରହଣ। ସେଥିପାଇଁ ପ୍ରଚାର ମଧ୍ୟ ସରଗରମ ହୋଇଛି । ଏହା ସହିତ ଜିଲ୍ଲାର କୋଣ ଅନୁକୋଣରୁ ଆରମ୍ଭ କରି ଗାଁ ଗଣ୍ଡା, ସହର ବଜାରରେ ଭୋଟକୁ ନେଇ ଲାଗିଛି ଜୋରଦାର ଚର୍ଚ୍ଚା।

By

Published : Apr 14, 2019, 6:26 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତା 18 ତାରିଖରେ କନ୍ଧମାଳ ଲୋକସଭା କ୍ଷେତ୍ରରେ ହେବ ଭୋଟ ଗ୍ରହଣ। ସେଥିପାଇଁ ପ୍ରଚାର ମଧ୍ୟ ସରଗରମ ହୋଇଛି । ଏହା ସହିତ ଜିଲ୍ଲାର କୋଣ ଅନୁକୋଣରୁ ଆରମ୍ଭ କରି ଗାଁ ଗଣ୍ଡା, ସହର ବଜାରରେ ଭୋଟକୁ ନେଇ ଲାଗିଛି ଜୋରଦାର ଚର୍ଚ୍ଚା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଛକ ମାନଙ୍କରେ ଥିବା ଚା' ଖଟି ହେଉ କିମ୍ବା ଦୋକାନ ବଜାର ନିଜ ନିଜ ମଧ୍ୟରେ ଅନେକ ବିଷୟରେ ଚର୍ଚ୍ଚା କରୁଛନ୍ତି ଭୋଟର। ଜିଲାରେ ସ୍ବାସ୍ଥ୍ୟ, ଶିକ୍ଷାର ଅବ୍ୟବସ୍ଥା ସହିତ ପାଣି , ଜଙ୍ଗଲ, ଜମିର ଉପେକ୍ଷାକୁ ନେଇ ସରଗରମ ହେଉଛି ଆଲୋଚନା । କିଏ ପରିବର୍ତ୍ତନ ଚାହୁଁଛି ତ, କିଏ ପୁଣି ମୌଳିକ ସମସ୍ୟାର ସମାଧାନ।

ବିଭିନ୍ନ ଦଳର ଆଭିମୁଖ୍ୟ ଓ ପ୍ରତିଶ୍ରୁତି ପ୍ରତାରଣାରେ ଜର୍ଜରିତ ଭୋଟର ଏବେ ଉତ୍ତର ଚାହୁଁଛି। ଏମିତି ଏକ ଚର୍ଚ୍ଚିତ ସ୍ଥାନ ଫୁଲବାଣୀ ବିଜୁ ପଟ୍ଟନାୟକ ଛକରେ ଆମ ଟିମ ଭେଟିଥିଲେ ବିଭିନ୍ନ ବର୍ଗର ଭୋଟରଙ୍କୁ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details