ଓଡିଶା

odisha

ETV Bharat / state

ଫୁଲବାଣୀରେ ରାଜ୍ୟ ମହିଳା ଆୟୋଗ: 16ଟି ମାମଲାର ହେଲା ବିଚାର - ରାଜ୍ୟ ମହିଳା ଆୟୋଗ

ଫୁଲବାଣୀରେ ମହିଳା ଓ ନାବାଳିକା ବିରୋଧୀ ଅପରାଧ ବୃଦ୍ଧି ପାଉଥିବାରୁ ରାଜ୍ୟ ମହିଳା ଆୟୋଗ ଚିନ୍ତା ପ୍ରକଟ କରିଛନ୍ତି । ଦୁଇ ଜଣିଆ ଟିମ ଯାଇ ଫୁଲବାଣୀରେ ଜିଲ୍ଲାସ୍ତରୀୟ ଶୁଣାଣି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Jul 25, 2019, 7:32 PM IST

ଫୁଲବାଣୀ: ଜିଲ୍ଲାରେ ମହିଳା ଓ ନାବାଳିକା ବିରୋଧି ଅପରାଧ ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରି ରାଜ୍ୟ ମହିଳା ଆୟୋଗର ଦୁଇ ଜଣିଆ ଟିମ ଫୁଲବାଣୀରେ ଜିଲ୍ଲାସ୍ତରୀୟ ଶୁଣାଣି କରିଛନ୍ତି । ସେମାନେ 37ଟି ମାମଲା ବିଚାର ପାଇଁ ଆସିଥିବାବେଳେ 16ଟି ବିଚାର ହୋଇପାରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଏଥିରେ କମିଶନ ସଦସ୍ୟ ସ୍ନେହାଞ୍ଜଳୀ ମହାନ୍ତି ଓ କୁସୁମ ରଥଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଓ ଅନ୍ୟ ଅଧିକାରୀ ଯୋଗଦେଇଥିଲେ । ବାଲ୍ୟ ବିବାହ, କୁମାରୀ ଓ ଅବିବାହିତ ମାତୃତ୍ତ୍ବ ଏକ ବଡ ସମସ୍ୟା ହୋଇଥିବାର ସରକାରଙ୍କୁ ସୁପାରିଶ କରାଇବ ବୋଲି ସୂଚନା ଦେଇଛନ୍ତି କମିଶନ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details