ଫୁଲବାଣୀ: କନ୍ଧମାଳ ହଳଦୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କର । ଏମଏସପି ଧାର୍ଯ୍ୟ କର । କିଲୋ ପିଛା 150 ଟଙ୍କା ଧାର୍ଯ୍ୟ କର। ଏହି ଦାବି କରି ରାଇକିଆ ବ୍ଳକର ଶତାଧିକ ଚାଷୀ ଭେଟିଛନ୍ତି ଜିଲ୍ଲାପାଳଙ୍କୁ ।
ହଳଦୀର ସରକାରୀ ବିକ୍ରି ମୂଲ୍ୟ ବଢାଇବା ପାଇଁ କନ୍ଧମାଳ ରାଇକିଆ ବ୍ଲକର ସମିତି ସଭ୍ୟ, ସରପଞ୍ଚ, ଗ୍ରାମବାସୀ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି । ହଳଦୀର ମୂଲ୍ୟ ଏକ କ୍ବିଣ୍ଟାଲ ପିଛା ସର୍ବନିମ୍ନ 15000 ଟଙ୍କା କରିବା ପାଇଁ ଦାବି କରିଛନ୍ତି ।