କନ୍ଧମାଳ: କୋରୋନା ଲକଡାଉନରେ ଜର୍ଜରିତ ସାରା ଦେଶ। ସହର ବଜ଼ାର ସବୁ ଶୂନଶାନ ରହିଛି। ଘରେ ରହିବା, ସାମାଜିକ ଦୂରତା ରଖିବା ଏବଂ ହାତ ଧୋଇବା ପ୍ରଭୃତି କରୋନା ଲଢେଇ ପାଇଁ ଥିବା କଟକଣା ମାନିବାକୁ କହୁଛନ୍ତି ସରକାର। ଆଦିବାସୀ ଅଧ୍ୟୁଷିତ ଗାଁ ଗଣ୍ଡାରେ ସରକାରଙ୍କ ନିୟକକୁ କଡାକଡି ମାନୁଥିବା ଦେଖାଯାଇଛି । ଗାଁ ମୁଣ୍ଡରେ ବାଡ ପକାଇ ପାଳି କରି ଜଗୁଛନ୍ତି ଗାଁ ମୁଣ୍ଡକୁ। ଏପରି କିଛି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ସାରତାଗୁଡା ଗାଁରେ ।
କୋରୋନା କଟକଣା ମାନୁଛନ୍ତି ଆଦିବାସୀ ଗାଁ - ଲକଡାଉନ ନିୟମ
କୋରୋନା ଦାଉରୁ ରକ୍ଷା ପାଇବା ପାଇଁ ଆଦିବାସୀ ମାନୁଛନ୍ତି ସରକାରୀ ନିୟମ କାନୁନ । ଅଧିକ ସୂଚନା ପାଇଁ ପଢନ୍ତୁ ...
ଲକଡାଉନ ନିୟମ ମାନୁଛନ୍ତି ଆଧିବାସୀ ଅଞ୍ଚଳ ବାସିନ୍ଦା
ଗ୍ରାମବାସୀ ଗାଁ ମୁଣ୍ଡରେ କାଠ ପକାଇ ଗେଟ କରିଛନ୍ତି । ପାଳିକରି ପହରା ଦେଉଛନ୍ତି ଗାଁ ଲୋକେ। ପ୍ରତିଦିନ 3 ଜଣ ଲେଖାଏଁ ଗାଁମୁଣ୍ଡ ଗେଟରେ ଜଗି ରହିଛନ୍ତି। ବାହାର କାହାରିକୁ ଛଡ଼ାଯାଉନାହିଁ। ଗାଁରୁ ସହରକୁ ପନିପରିବା କି ଅନ୍ୟ କିଛି ବିକିବାକୁ ଯାଇଥିବା ଲୋକେ ଫେରିଲେ ହାତ ଧୋଇ ଗାଁକୁ ଛାଡ଼ୁଛନ୍ତି। ଏହି ମହାମାରୀରୁ ବଞ୍ଚିବାକୁ ସରକାରଙ୍କ ସବୁ କଥା ମାନୁଥିବା କହିଛନ୍ତି ଗ୍ରାମବାସୀ । ଲଢେଇରେ ଗାଁର ପିଲାଙ୍କ ସହିତ ବଡ଼ ମଧ୍ୟ ଏକାଠି ପହରା ଦେଉଥିବା ଜଣାପଡିଛି ।
କନ୍ଧମାଳରୁ ସଦାଶିବ ପାତ୍ର,ଈଟିଭି ଭାରତ