ଓଡିଶା

odisha

ETV Bharat / state

ଭୋଟ ଗଣତି ପାଇଁ ଚାଲିଛି ଟ୍ରେନିଂ

ଫୁଲବାଣୀ ସରକାରୀ ପଲିଟେକନିକ୍ କଲେଜ ଓ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଓ ବାଲିଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଭୋଟଗଣତି ହେବ। ଫୁଲବାଣୀ ସରକାରୀ ପଲିଟେକନିକ୍ କଲେଜରେ 210 ଜଣ କାଉଣ୍ଟିଙ୍ଗ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି।

By

Published : May 18, 2019, 11:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଲୋକସଭା ଆସନ ସହିତ ଫୁଲବାଣୀ,ବାଲିଗୁଡା ଏବଂ ଘୁ.ଉଦୟଗିରି ବିଧାନସଭା ଆସନ ପାଇଁ ଆସନ୍ତା 23 ତାରିଖରେ ଭୋଟ ଗଣତି ହେବାକୁ ଥିବାବେଳେ ସେଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଫୁଲବାଣୀ ସରକାରୀ ପଲିଟେକନିକ୍ କଲେଜ ଓ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଓ ବାଲିଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଭୋଟଗଣତି ହେବ।

ଫୁଲବାଣୀ ସରକାରୀ ପଲିଟେକନିକ୍ କଲେଜରେ 210 ଜଣ କାଉଣ୍ଟିଙ୍ଗ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ଇଭିଏମ ଖୋଲିବା ସହିତ ଭୋଟଗଣତି,ପୋଷ୍ଟାଲ୍ ବାଲାଟ୍ ଗଣତି ଓ ଭିଭିପ୍ୟାଟ୍ ସ୍ଲିପ୍ ଗଣତି ପ୍ରଭୃତି ବିଷୟରେ ଏକ୍ସପର୍ଟ ଟ୍ରେନର୍ ପ୍ରାକ୍ଟିକାଲ ଟେନିଙ୍ଗ ଦେଉଛନ୍ତି। ଜିଲାପାଳ ତଥା ରିଟର୍ନିଂ ଅଫିସର ଡ. ବୃନ୍ଦା ଡି, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ଓ ବାଲିଗୁ଼ଡା ଉପଜିଲାପାଳ ଉପସ୍ଥିତ ରହି ସମସ୍ତ ତାଲିମର ତଦାରଖ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ସାତଟି ଟେବୁଲରେ ଗଣତି ହେଉଥିଲା ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପ୍ରକାରେ ଚଳିତ ବର୍ଷ ଫୁଲବାଣୀ ପାଇଁ ଦଶଟି ଲେଖାଏଁ ଟେବୁଲରେ ଭୋଟ ଗଣତି ହେବାକୁ ନିଷ୍ପତ୍ତି ହୋଇଛି। ଫଳରେ ଗଣତି ରାଉଣ୍ଡ ସଂଖ୍ୟା କମିଯିବା ସହ ଫଳାଫଳ ମଧ୍ୟ ଅପେକ୍ଷାକୃତ ଶିଘ୍ର ଆସିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details