ଓଡିଶା

odisha

ETV Bharat / state

କନ୍ଧମାଳରେ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା - ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

କନ୍ଧମାଳରେ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଆରପିଏଫ ସହିତ ଏସଓଜି ଏବଂ ଅନ୍ୟ ଷ୍ଟାଟିକ୍ ଫୋର୍ସ ମୁତୟନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : May 22, 2019, 9:10 PM IST

ଫୁଲବାଣୀ: ରାତି ପାହିଲେ ଭୋଟ ଗଣତି । କନ୍ଧମାଳ ଜିଲ୍ଲାରେ ଭୋଟ ଗଣତି ନେଇ ପ୍ରସ୍ତୁତି ଶେଷ ହୋଇଛି । କନ୍ଧମାଳ ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ସିଆରପିଏଫ ସହିତ ଏସଓଜି ଏବଂ ଅନ୍ୟ ଷ୍ଟାଟିକ୍ ଫୋର୍ସ ମୁତୟନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ ସରକାରୀ ପଲିଟେକନିକ କଲେଜରେ ଫୁଲବାଣୀ ବିଧାନସଭା ଓ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରତି ରାଉଣ୍ଡରେ ଦଶଟି ଲେଖାଏଁ ଟେବୁଲରେ ହେବ ଭୋଟ ଗଣତି । ତେଣୁ ଦଶ ରାଉଣ୍ଡରେ ଗଣତି ଶେଷ ହେବ ବୋଲି କହିଛନ୍ତି ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ।

ସେହିପରି ବାଲିଗୁଡାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲିଗୁଡା ବିଧାନସଭା ଓ କନ୍ଧମାଳ ଲୋକସଭା ପାଇଁ ଭୋଟ ଗଣତି ହେବାକୁ ଥିବା ବେଳେ ଘୁ.ଉଦୟଗିରି ବିଧାନସଭା ଓ କନ୍ଧମାଳ ଲୋକସଭା ପାଇଁ ସାତଟି ଟେବୁଲରେ ପ୍ରତି ରାଉଣ୍ଡରେ ହେବେ ଭୋଟଗଣତି । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ଆଠଟାରୁ ଆରମ୍ଭ ହେବ ଗଣତି ଏବଂ ସେଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details