ଓଡିଶା

odisha

ETV Bharat / state

ଚୋରା ବାଇକ ରାକେଟର ପର୍ଦ୍ଦାଫାଶ, 3 ଗିରଫ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ତିନିଜଣ ବାଇକ ଚୋରଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ତେବେ ଗିରଫ ହୋଇଥିବା ଚୋରମାନେ ହେଲେ ବିଲୁପଦର ଗାଁର ଅନାଦି ଦିଗାଲ, ଶଶିପଦର ଗାଁର ଦେବେନ୍ଦ୍ର ଦିଗାଲ ଓ ମନସା ଦିଗାଲ ।

By

Published : Apr 3, 2019, 10:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ବାଇକ ଚୋରଙ୍କୁଧରିଲା ପୋଲିସ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ତିନିଜଣବାଇକ ଚୋରଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ତେବେ ଗିରଫ ହୋଇଥିବା ଚୋରମାନେ ହେଲେ ବିଲୁପଦର ଗାଁର ଅନାଦି ଦିଗାଲ, ଶଶିପଦର ଗାଁର ଦେବେନ୍ଦ୍ର ଦିଗାଲ ଓ ମନସା ଦିଗାଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ଅନୁସାରେ, ଏହି ଚୋରିର ମାଷ୍ଟରମାଇଣ୍ଡ ଗୋଚ୍ଛାପଡା ଥାନା ଅର୍ନ୍ତଗତ କୁମ୍ଭାରଖୋଲ ଗାଁର ମନୋଜ ଦିଗାଲ ବୋଲି ଜଣାପଡିଛି । ସେ ଏବେ ଅନ୍ୟ ଏକ ମାମଲାରେ ଜେଲରେ ଅଛି। ତେବେ ବୁଧବାର ଅଧିକ ଚଢାଉ କରାଯାଇ ଚୋରଙ୍କ ସର୍ଦାର ଓ ଅନେକ ଚୋରିବାଇକ ଜବତ ହେବ ବୋଲି କହିଛନ୍ତି ଥାନା ଅଧିକାରୀ ପି.ସତ୍ୟସୁନ୍ଦର ରାଓ। ତେବେ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details