ଓଡିଶା

odisha

ETV Bharat / state

ପେଶା ଓ ନିଶାର ନିଆରା ମଣିଷ ସରୋଜ

ଚା ଦୋକାନୀ ସରୋଜ ଭାଇ, କିନ୍ତୁ ଟିକେ ଅଲଗା ତାଙ୍କ ପରିଚୟ । ଚା ଦୋକାନ ନୁହେଁ ତ ଦୋକାନଟି ଗୋଟିଏ ଚଳନ୍ତି ନ୍ୟୁଜ୍ ଅଫିସ୍ । କନ୍ଧମାଳର ଫିରିଙ୍ଗିଆ ଇନ୍ଦିରା ଗାନ୍ଧୀ ଛକ । ଛକରେ ଅଛି ସରୋଜଙ୍କ ଗୋଟିଏ ଛୋଟିଆ ଚା ଦୋକାନ ।

By

Published : Mar 17, 2019, 2:29 PM IST

ଫଟୋ ସୌଜନ୍ୟ; ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: କନ୍ଧମାଳର ଫିରିଙ୍ଗିଆ ଇନ୍ଦିରା ଗାନ୍ଧୀ ଛକ । ଛକରେ ଅଛି ସରୋଜଙ୍କ ଗୋଟିଏ ଛୋଟିଆ ଚା ଦୋକାନ । ପେଶା ଓ ନିଶାର ନିଖୁଣ ମଣିଷ ସରୋଜ । ନିଆରା ବ୍ୟକ୍ତିତ୍ବ ପାଇଁ ଚର୍ଚ୍ଚିତ । ଚା ଦୋକାନୀ ସରୋଜ ଭାଇ, କିନ୍ତୁ ଟିକେ ଅଲଗା ତାଙ୍କ ପରିଚୟ । ଚା ଦୋକାନ ନୁହେଁ ତ ଦୋକାନଟି ଗୋଟିଏ ଚଳନ୍ତି ନ୍ୟୁଜ୍ ଅଫିସ୍ । ପେଶାରେ ଚା' ଦୋକାନୀ କିନ୍ତୁ ନିଶାରେ ନ୍ୟୁଜ୍ ମ୍ୟାନ୍ ସରୋଜ । ନିପଟ ମଫସଲ ଗାଁ ଖବର ଠାରୁ ବିଶ୍ବର କୋଣ ଅନୁକୋଣର ଖବର ଏହି ଦୋକାନ ବୋର୍ଡରେ । ନିଆରା ଯୁବକ ସରୋଜଙ୍କ ସମ୍ପର୍କରେ ଇଟିଭି ଭାରତର ଏକ୍ସକ୍ଲୁସିଭ ରିପୋର୍ଟ ।

ଦୋକାନଟି ଏକ ନ୍ୟୁଜ୍ ଅଫିସ କହିଲେ କମ୍ ନୁହେଁ । ଜିଲାର ନିପଟ ମଫସଲ ଦୁର୍ଗମ ଗାଁର ଖବର ସହିତ ସାରା ବିଶ୍ବର ଖବର ଏହି ଦୋକାନର ହ୍ବାଇଟ୍ ବୋର୍ଡରେ । ସକାଳୁ ଆସୁ ଆସୁ ଆରମ୍ଭ ହୁଏ ନ୍ୟୁଜ୍ ଲେଖା । ଦିନ ତମାମ ଚାଲିଥାଏ ନ୍ୟୁଜ୍ ଲେଖା କାମ । ସେ ଭିତରେ ଚା,ପାନ ସବୁ ବିକ୍ରି ଚାଲେ । ଲୋକେ ମଧ୍ୟ ଦୋକାନକୁ ଚା ପାଇଁ ଆସିଲେ ଚା ପିଇବା ସହିତ ଦୁନିଆର ଖବର ଜାଣନ୍ତି ।

ସୋସିଆଲ ମିଡିଆରୁ ଖବର ସଂଗ୍ରହ ମଧ୍ୟ କରନ୍ତି ସରୋଜ । ତା ସହିତ ଗାଁ ଗଣ୍ଡାର ଅନେକ ଯୁବକ ନିଜ ଗାଁର ଖେଳକୁଦ୍, ଭଲମନ୍ଦର ଖବର ଦିଅନ୍ତି । ଧାଡିଏ ଦୁଇ ଧାଡିରେ ଲେଖାଯାଏ ଖବର । ଅନେକ କଥା ଜାଣିବାକୁ ମିଳେ ଯାହା ଖୁବ କାମରେ ଆସେ ବୋଲି କୁହନ୍ତି ସ୍ଥାନୀୟ ଲୋକେ । ଏପରିକି କିଛି ସ୍ଥାନୀୟ ରିପୋର୍ଟର୍ ମଧ୍ୟ ତାଙ୍କ ଠାରୁ ଖବର ପାଇଯାଆନ୍ତି । ସମସ୍ତେ କୁହନ୍ତି ପେଶା ଓ ନିଶାରେ ବନ୍ଧା ସରୋଜ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ନ୍ୟୁଜ

For All Latest Updates

ABOUT THE AUTHOR

...view details