ଓଡିଶା

odisha

ETV Bharat / state

ସୀମିତ ଅନ୍ତେବାସୀ ପାଳୁଛନ୍ତି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ ଦିବସ

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ ଦିବସ ପାଳନ । କୋରୋନା କଟକଣା ଯୋଗୁଁ ନିଡାମ୍ବର ଭାବେ ଆଶ୍ରମରେ ହେଲା ପାଳନ । ଅଧିକ ପଢନ୍ତୁ...

Swami Laxmanananda Saraswati's Brahmin Day
ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ ଦିବସ ପାଳନ

By

Published : Aug 12, 2020, 8:39 AM IST

ଫୁଲବାଣୀ: ଜିଲ୍ଲାରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ ଦିବସ ପାଳନ କରାଯାଇଛି । କୋଭିଡ କଟକଣା ଯୋଗୁଁ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମର ସୀମିତ ଅନ୍ତେବାସୀଙ୍କ ମଧ୍ୟରେ ଏହା ପାଳନ କରାଯାଇଥିଲା ।

୨୦୦୮ରେ ଜଲେଶପଟ୍ଟା ଆଶ୍ରମରେ କିଛି ଆତତାୟୀ ପଶି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଏହାକୁ ନେଇ କନ୍ଧମାଳ ଓ ରାଜ୍ୟର କେତେକ ଜିଲ୍ଲାରେ ଦଙ୍ଗା ବ୍ୟାପିଥିଲା। ତେବେ ପ୍ରତିବର୍ଷ ଏହି ଦିନକୁ ତାଙ୍କ ଅନୁଗାମୀମାନେ ଶ୍ରାଦ୍ଧ ବାର୍ଷିକୀ ଭାବେ ପାଳନ କରନ୍ତି । ଚଳିତ ବର୍ଷ କୋରୋନା ଯୋଗୁଁ ନିରାଡମ୍ବର ଭାବେ ବ୍ରହ୍ମଲୀନ ଦିବସ ପାଳନ କରାଯାଇଛି।

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ ଦିବସ ପାଳନ

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details