ଓଡିଶା

odisha

ETV Bharat / state

ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମାଓ ପୋଷ୍ଟର - ପୂର୍ତ୍ତ ବିଭାଗ

ଏସଡିପିଓଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ମାଓ ପୋଷ୍ଟର । ବଦଳି ପରେ ବି ଉକ୍ତ ଅଫିସର କାର୍ଯ୍ୟରେ ରହିଥିବାରୁ ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଫୁଲବାଣୀ

By

Published : Jun 2, 2019, 11:38 PM IST

Updated : Jun 3, 2019, 4:42 PM IST

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ମୂଖ୍ୟ ଫାଟକରେ ଲାଗିଛି ମାଓ ପୋଷ୍ଟର । ବାଂଶଧାରା ଡିଭିଜନ ତରଫରୁ ମରାଯାଇଥିବା ଏହି ପୋଷ୍ଟର ମରାଯାଇଛି । ତେବେ ପୋଲିସ ଉକ୍ତ ପୋଷ୍ଟରକୁ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଫୁଲବାଣୀ

ବାଲିଗୁଡ଼ା ଏସଡିପିଓଙ୍କ ବଦଳି ସତ୍ତ୍ବେ କାହିଁକି ସେ କାର୍ଯ୍ୟରେ 4 ମାସ ହେବ ରହିଛନ୍ତି ବୋଲି ପୋଷ୍ଟରରେ ଲେଖାଯାଇଛି । ଏହାସହ ଉକ୍ତ ଅଫିସର 10 କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି । ଫଳରେ ତାଙ୍କୁ ପ୍ରଜାକୋର୍ଟରେ ବିଚାର କରାଯାଇ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି ।

କିନ୍ତୁ ପୋଷ୍ଟରଟିକୁ କିଏ ମାରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି । ଏହି ଘଟଣାର ସତ୍ୟାସତ୍ୟ ପାଇଁ ତଦନ୍ତ କରାଯାଉଛି ବୋଲି ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଫୁଲବାଣୀରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Jun 3, 2019, 4:42 PM IST

ABOUT THE AUTHOR

...view details