ଓଡିଶା

odisha

ETV Bharat / state

କନ୍ଧମାଳ ଜେଲରୁ କଏଦୀ ଫେରାର ଘଟଣା: ଜେଲ ଡିଆଇଜିଙ୍କ ତଦନ୍ତ

ଫୁଲବାଣୀ ସ୍ଥିତ ଜିଲ୍ଲା ଜେଲରୁ ବାହାରକୁ ସାମଗ୍ରୀ ବିକ୍ରିକରିବାକୁ ଆସିଥିବାବେଳେ  ୱାର୍ଡରଙ୍କ ବାଇକ୍ ନେଇ କଏଦୀ ଗୋପିନାଥ ନାୟକ ଚମ୍ପଟ ମାରିଥିବା ମାମଲାର ତଦନ୍ତ କରିବା ପାଇଁ ଆଜି ଜେଲ ଡିଆଇଜି ରଘୁନାଥ ମାଝି ଫୁଲବାଣୀ ପହଞ୍ଚି ତଦନ୍ତ କରିଛନ୍ତି  ।

By

Published : May 13, 2019, 8:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜେଲରୁ ବାହାରକୁ ସାମଗ୍ରୀ ବିକ୍ରି କରିବାକୁ ଆସିଥିବାବେଳେ ୱାର୍ଡରଙ୍କ ବାଇକ୍ ନେଇ କଏଦୀ ଗୋପିନାଥ ନାୟକ ଚମ୍ପଟ ମାରିବା ମାମଲାର ତଦନ୍ତ କରିବା ପାଇଁ ଆଜି ଜେଲ ଡିଆଇଜି ରଘୁନାଥ ମାଝି ଫୁଲବାଣୀ ପହଞ୍ଚି ତଦନ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ଜେଲ ପରିସରରେ ପହଞ୍ଚିବା ପରେ ଡିଆଇଜି ଘଟଣା ଦିନ ଥିବା ସମସ୍ତ କର୍ମଚାରୀଙ୍କୁ ପୃଥକ ଭାବେ ପଚରା ଉଚୁରା କରିଥିଲେ । ଏହା ସହିତ ଜେଲ୍ କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ସେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି କହି କ୍ୟାମେରା ସାମ୍ନାରେ କିଛି କହିବାକୁ ରାଜି ହୋଇ ନ ଥିଲେ ।

ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଜେଲ୍ ଡିଜିଙ୍କ ନିର୍ଦ୍ଦେଶରେ ଦୁଇଜଣ ୱାର୍ଡରଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଛି । କେତେକ କର୍ମଚାରୀ ଦୋଷୀଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ ହେଉଛି । ଫେରାର୍ ହୋଇଯାଇଥିବା କଏଦୀ ଗୋପିନାଥ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କୋଡିଏ ବର୍ଷ ଜେଲ ଦଣ୍ଡ ଭୋଗୁଥିଲେ । ସପ୍ତାହେ ପରେ ମଧ୍ୟ ଫେରାର୍ କଏଦୀର ପତ୍ତା ମିଳି ନାହିଁ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details