ଓଡିଶା

odisha

ETV Bharat / state

ଅନ୍ଧାରୀ ମୂଲକର ଉଜ୍ଜ୍ବଳ ତାରକା

ଶିକ୍ଷା, ସମସ୍ତ ଅନ୍ଧକାରରୁ ଆଲୋକ ଦେଖାଏ । ଗରିବ ଆଦିବାସୀ ଗିରିଜନ ଛାତ୍ରଛାତ୍ରୀ ଶିକ୍ଷାର ଆଲୋକରେ ଆଲୋକିତ ହେବାକୁ ଉଦ୍ୟମ କରୁଛନ୍ତି । ଉଦ୍ୟମରେ ସଫଳ ହୋଇଛନ୍ତି ଫୁଲବାଣୀ କନ୍ଧସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ।

By

Published : Apr 14, 2019, 6:08 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଶିକ୍ଷା, ସମସ୍ତ ଅନ୍ଧକାରରୁ ଆଲୋକ ଦେଖାଏ । ଗରିବ ଆଦିବାସୀ ଗିରିଜନ ଛାତ୍ରଛାତ୍ରୀ ଶିକ୍ଷାର ଆଲୋକରେ ଆଲୋକିତ ହେବାକୁ ଉଦ୍ୟମ କରୁଛନ୍ତି । ଉଦ୍ୟମରେ ସଫଳ ହୋଇଛନ୍ତି ଫୁଲବାଣୀ କନ୍ଧସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଚାରି ଜଣ ଏପରି ଛାତ୍ରଛାତ୍ରୀ। ଫଳରେ ସେମାନଙ୍କ ମନରେ ବଢିଛି ଉତ୍ସାହ ଓ ଆଗକୁ ଅଧିକ ସଫଳତା ପାଇଁ ଜନ୍ମିଛି ବିଶ୍ବାସ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ କନ୍ଧସାହି ପ୍ରାଥମିକ ବିଦ୍ୟାଳୟ। 50 ଜଣ ଛାତ୍ରଛାତ୍ରୀ ପଢନ୍ତି ଏହି ସରକାରୀ ବିଦ୍ୟାଳୟରେ । ଲୋକେ ସରକାରୀ ବିଦ୍ୟାଳୟ ପ୍ରତି ଟିକେ ବିମୁଖ ହେଉଥିବାବେଳେ କିନ୍ତୁ ଗରିବ ଆଦିବାସୀ ଗିରିଜନଙ୍କ ପାଇଁ ଏହି ବିଦ୍ୟାଳୟ ହିଁ ହୋଇଛି ଆଲୋକବର୍ତ୍ତିକା। ମଜୁରୀ କରି ବଞ୍ଚୁଥିବା ମେହନତି ମଣିଷଙ୍କ ଅନେକ ପିଲାଏ ପଢୁଛନ୍ତି ଏହି ସ୍କୁଲରେ। ତେବେ ସେ ମଧ୍ୟରେ କେତେକ ଛାତ୍ରଛାତ୍ରୀ ଅଛନ୍ତି କିଛି ଅଲଗା ଓ ମେଧାବୀ। ନିଜ ପ୍ରଚେଷ୍ଟା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ମେଧାବୃତ୍ତି ପାଇଛନ୍ତି ଏମାନେ।

ଏହି ମେଧାବୀ ଛାତ୍ରଛାତ୍ରୀଙ୍କ ପରିବାର କିନ୍ତୁ କଷ୍ଟରେ ଚଳୁଛନ୍ତି । ଏପରିକି ପରିବାରକୁ ମଧ୍ୟ ବିଭିନ୍ନ କାମରେ ସହାୟତା କରିବା ପରେ ପାଠ ପଢୁଛନ୍ତି ପିଲାମାନେ। ଆଦିବାସୀ ଗିରିଜନ ବାପା ମାଆଙ୍କ ମନରେ ପୁଅ ଝିଅର ଭେଦଭାବ ନାହିଁ । ଆମ ଝିଅ ଭଲ କରି କିଛି ନିଶ୍ଚୟ ହାସଲ କରିବ ବୋଲି ସେମାନଙ୍କ ମତ । ସ୍କୁଲର ଚାରି ଜଣ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇବା ସହିତ ମାସକୁ ମାସ ଟଙ୍କା ମଧ୍ୟ ପାଇବେ । ଫଳରେ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି ଏହଂ ଅଧିକ ବିଶ୍ବାସ ଜନ୍ମିଛି ବୋଲି କହିଛନ୍ତି ଶିକ୍ଷୟିତ୍ରୀ।

ଉଦ୍ୟମ ଓ ଇଛା ଶକ୍ତି ବଳରେ ନିଶ୍ଚିତ ଭାବେ ସଫଳତା ମିଳେ। ଏହି ଛାତ୍ରଛାତ୍ରୀ ଏହାର ଜ୍ୱଳନ୍ତ ଉଦାହରଣ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details