ଓଡିଶା

odisha

ETV Bharat / state

ସରପଞ୍ଚ ସହ 2 ନିଖୋଜ, ଅପହରଣ ସନ୍ଦେହ

ସୁମେରବନ୍ଧ ପଞ୍ଚାୟତର ସରପଞ୍ଚ ସୁବଳ କହଁରଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ । ପ୍ରାୟ ଛଅ କିଲୋମିଟର ବାଟ ଚଲାଇବା ପରେ ପ୍ରଜାକୋର୍ଟରେ ସରପଞ୍ଚଙ୍କୁ ହାଜିର କରି ବିଚାର କରିଥିଲେ ମାଓବାଦୀ । ସାଡିଙ୍ଗିଆ ଜଙ୍ଗଲରେ ହୋଇଥିବା ଏହି ପ୍ରଜାକୋର୍ଟରେ ସରପଞ୍ଚଙ୍କୁ ଠିକ୍ ଠାକ୍ କାମ କରିବାକୁ ତାଗିଦ୍ କରିଥିଲେ ସଶସ୍ତ୍ର ମାଓବାଦୀ ।

By

Published : Feb 10, 2019, 2:47 PM IST

Breaking News


କନ୍ଧମାଳ: ଜିଲ୍ଲାରୁ କମୁନି ମାଓବାଦୀଙ୍କ ଭୟ । ଏବେବି ଲୋକଙ୍କୁ ଅପହରଣ କରି ପ୍ରଜାକୋର୍ଟରେ ମାଓବାଦୀ ବିଚାର କରୁଛନ୍ତି । ସେମାନଙ୍କ ଭୟରେ ଲୋକେ ଗାଁ ଛାଡୁଛନ୍ତି । ପୋଲିସକୁ ଭରସା ନକରି ପାରି ଗାଁ ଛାଡି ଅନ୍ୟ ଜାଗାକୁ ରହିବାପାଇଁ ଲୋକେ ଚାଲିଯାଉଛନ୍ତି । ଏପରି ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତରେ ।

ସୂଚନା ଅନୁଯାୟୀ, ସୁମେରବନ୍ଧ ପଞ୍ଚାୟତର ସରପଞ୍ଚ ସୁବଳ କହଁରଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ । ପ୍ରାୟ ଛଅ କିଲୋମିଟର ବାଟ ଚଲାଇବା ପରେ ପ୍ରଜାକୋର୍ଟରେ ସରପଞ୍ଚଙ୍କୁ ହାଜିର କରି ବିଚାର କରିଥିଲେ ମାଓବାଦୀ । ସାଡିଙ୍ଗିଆ ଜଙ୍ଗଲରେ ହୋଇଥିବା ଏହି ପ୍ରଜାକୋର୍ଟରେ ସରପଞ୍ଚଙ୍କୁ ଠିକ୍ ଠାକ୍ କାମ କରିବାକୁ ତାଗିଦ୍ କରିଥିଲେ ସଶସ୍ତ୍ର ମାଓବାଦୀ । ଦୀର୍ଘ ସାତରୁ ଆଠ ଘଣ୍ଟା ରଖିବା ପରେ ତାଙ୍କୁ ଛାଡି ଦେଇଥିଲେ ।

ଏ ସମ୍ପର୍କରେ କାହାରିକୁ କିଛି ସୂଚନା ଦେଲେ ପରିଣାମ ଭୟାଭୟ ହେବ ବୋଲି ମାଓବାଦୀମାନେ ସରପଞ୍ଚଙ୍କୁ ତାଗିଦ୍ କରିଥଲେ । ଘଟଣା ପରେ ସରପଞ୍ଚ ଓ ତାଙ୍କ ଭାଇଙ୍କର କୌଣସି ଖୋଜ ଖବର ନାହିଁ । ସେମାନଙ୍କୁ ପୁଣି ମାଓବାଦୀ ଅପହରଣ କରିନେଇଥିବା ସନ୍ଦେହ କରାଯାଉଥିବାବେଳେ ସେମାନେ ଗାଁରୁ ଅନ୍ୟତ୍ର ପଳାଇ ଯାଇଥିବା ଫିରିଙ୍ଗିଆ ପୋଲିସ ପକ୍ଷରୁ କୁହାଯାଇଛି ।

କିଛି ଦିନ ପୂର୍ବରୁ ମାଓବାଦୀ ଏପରି କରିଥିବା ପୋଲିସ ସ୍ବୀକାର କରିବା ସହ ଅଞ୍ଚଳରେ ମାଓ ସହଯୋଗୀ ସୁଶାନ୍ତର ଗିରଫ ପରେ ମାଓବାଦୀ ଏପରି କରିଥାଇପାରନ୍ତି ବୋଲି ଥାନା ଅଧିକାରୀ ଧିରେନ କୁମାର ବେହେରା କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସରପଞ୍ଚଙ୍କର କୌଣସି ଖୋଜ ଖବର ମିଳିନାହିଁ ।

କନ୍ଧମାଳ ସଦାଶିବ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details