ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କୋରୋନା ମହାମାରୀ ଲଢେଇରେ ପୌର ପ୍ରଶାସନର ଭୂମିକା ଅନେକ । ଫୁଲବାଣୀ ପୌରପାଳିକା ସହରର ପରିମଳ ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇଛନ୍ତି । ସହରର ସମସ୍ତ ବସ୍ତି ଗଳିକନ୍ଦିରେ ବାରମ୍ବାର ମଶା ବିରୋଧୀ ରାସାୟନିକ ସିଞ୍ଚନ କରାଯିବା ସହିତ ସାନିଟାଇଜ କରାଯାଉଛି ।
ଫୁଲବାଣୀ ସହରକୁ ସାନିଟାଇଜ ସହ ରାସାୟନିକ ଧୂଆଁ ସ୍ପ୍ରେ କଲା ପୌରପାଳିକା - phulbani
ଫୁଲବାଣୀରେ ମଶା ନିପାତ ପାଇଁ ରାସାୟନିକ ଧୂଆଁ ସ୍ପ୍ରେ । ସହରରେ ପରିମଳ ଉପରେ ଦିଆଯାଉଛି ଗୁରୁତ୍ବ । ଅଧିକ ପଢନ୍ତୁ...
ଫୁଲବାଣୀ ସହରକୁ ସାନିଟାଇଜ ସହ ରାସାୟନିକ ଧୂଆଁ ସ୍ପ୍ରେ କଲା ପୌରପାଳିକା
ଏଥିସହ ବ୍ଲିଚିଂ ଛିଞ୍ଚନ ସହିତ ନାଳ ନର୍ଦ୍ଦମାକୁ ଲଗାତାର ସଫା କରାଯାଉଛି । ସେହିପରି ବାଲିଗୁଡା ଏନଏସି ଏବଂ ଘୁ. ଉଦୟଗିରି ଏନଏସିରେ ପରିମଳ ଦୃଢ଼ କରିବା ଏବଂ ସାନିଟାଇଜ ଲଗାତାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳ ସହିତ ଗାଁର ମଧ୍ୟ ପରିମଳ ବ୍ୟବସ୍ଥିତ ରଖିବାକୁ ପଞ୍ଚାୟତ ଯତ୍ନବାନ ହୋଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ