ଫୁଲବାଣୀ: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । କନ୍ଧମାଳ ଜିଲ୍ଲାରେ ବି ବର୍ଷା ଜାରି ରହିଛି । ଜିଲ୍ଲାର 12ଟି ବ୍ଲକରେ ଲଗାଣ ବର୍ଷା ସହ ବାଦଲ ଫଟା ବର୍ଷା ହେଉଛି । ଫଳରେ ଲ୍ୟାଣ୍ଡ ସ୍ଲାଇଡ୍ ଓ ଫ୍ଲାସ ଫ୍ଲଡ ଆଶଙ୍କା ଦେଖାଦେଇଛି ।
ପ୍ରବଳ ବର୍ଷା ପାଇଁ କନ୍ଧମାଳରେ ରେଡ୍ ୱାର୍ଣ୍ଣିଂ - କନ୍ଧମାଳରେ ରେଡ୍ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । କନ୍ଧମାଳ ଜିଲ୍ଲାର 12ଟି ବ୍ଲକରେ ଲଗାଣ ବର୍ଷା ସହ ବାଦଲ ଫଟା ବର୍ଷା ହେଉଛି । ଆଜି ମଧ୍ୟ ବର୍ଷା ଲାଗି ରହିବ । ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଏଥିସହିତ ଜିଲ୍ଲାର ସମସ୍ତ ପ୍ରମୁଖ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଜଳସ୍ତର ବୃଦ୍ଧି ପାଇଛି । ଆଜି ମଧ୍ୟ ବର୍ଷା ଲାଗି ରହିବ । ସେପଟେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଓଡ୍ରାଫ ଟିମ୍ ମଧ୍ୟ ସଜାଗ ରହିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ