କନ୍ଧମାଳ: ଉଦଯାପିତ ହୋଇଯାଇଛି ଫୁଲବାଣୀର ପ୍ରସିଦ୍ଧ ରାବଣ ପୋଡି । କରୋନେସନ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଥିଲା। ଏହି ରାବଣ ପୋଡି ଉତ୍ସବରେ 10 ହଜାରରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ପୌରାଣିକ ମେଳାର ଆନନ୍ଦ ନେଇଥିଲେ।
କନ୍ଧମାଳର ପ୍ରସିଦ୍ଧ ରାବଣ ପୋଡି ଉତ୍ସବ ଉଦଯାପିତ - Ravan Podi
ଉଦଯାପିତ ହୋଇଯାଇଛି ଫୁଲବାଣୀର ପ୍ରସିଦ୍ଧ ରାବଣ ପୋଡି । କରୋନେସନ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଥିଲା। ଏହି ରାବଣ ପୋଡି ଉତ୍ସବରେ 10 ହଜାରରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ପୌରାଣିକ ମେଳାର ଆନନ୍ଦ ନେଇଥିଲେ।
ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ
ବଜାର ଶ୍ରୀରାମ ମନ୍ଦିରରୁ ଏକ ବିଶାଳ ପଟୁଆରରେ ଶ୍ରୀରାମ,ସୀତା ଓ ବାନର ସେନା ଆସିଥିଲେ । ଏହାସହ ବିଭିନ୍ନ ପାରମ୍ପରିକ ନୃତ୍ୟ ଗୀତ ଓ ବାଦ୍ୟରେ କମ୍ପି ଉଠିଥିଲା କରୋନେସନ ପଡିଆ । ତେବେ ପୂଜାର୍ଚ୍ଚନା ପରେ ଅଗ୍ନି ସଂଯୋଗ ପୂର୍ବକ ଅସ୍ତ୍ର ପ୍ରୟୋଗ କରିବା ପରେ ରାବଣର ବିରାଟ ମୂର୍ତ୍ତୀରେ ନିଆଁ ଲାଗିଥିଲା। ପରେ ପରେ ଆକର୍ଷଣୀୟ ଆତସବାଜି ଓ ବାଦ୍ୟ ତାଳେ ତାଳେ ଭଷାଣି ଆୟୋଜନ କରାଯାଇଥିଲା। ଶାନ୍ତିଶୃଙ୍ଖଳାକୁ ଆଖି ଆଗରେ ରଖି ଟାଉନ ପୋଲିସ ତରଫରୁ ଗୋଟିଏ ପ୍ଲାଟୁନ ଫୋର୍ସ ମେଳା ଓ ଶୋଭାଯାତ୍ରାରେ ମୁତୟନ କରାଯାଇଥିଲା ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ