ଓଡିଶା

odisha

ETV Bharat / state

ଘୋଷଯାତ୍ରାରେ ମସଗୁଲ କନ୍ଧମାଳ

ଶାନ୍ତି ଶୃଙ୍ଖଳାର ସହ ସରିଲା କନ୍ଧମାଳରେ ରଥଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Jul 4, 2019, 9:26 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ଘୋଷଯାତ୍ରା ସମ୍ପର୍ଣ୍ଣ ହୋଇଛି । ଫୁଲବାଣୀରେ ଠାକୁରଙ୍କ ପହଣ୍ଡି ଓ ଅନ୍ୟ ରୀତିନୀତି ପରେ ଅପରାହ୍ନ 2ଟାରେ 30ରେ ରଥ ଟଣା ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ଠାରୁ ମାଦିକୁନ୍ଦା ଛକ ମାଉସୀ ମା’ ମନ୍ଦିର ଯାଏଁ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଆଜିର ଏହି ପବିତ୍ର ରଥଯାତ୍ରାରେ ଛାତ୍ରଛାତ୍ରୀମାନଙ୍କ ପାରମ୍ପରିକ ନୃତ୍ୟ ଏବଂ ବାଡ଼ି ନୃତ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହା ସହିତ ଢ଼ାପ, ଚାଙ୍ଗୁ ବାଦ୍ୟରେ କମ୍ପିଥିଲା ସହର । ଏପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଅତିରିକ୍ତ ଏସପି ବିଷ୍ଣୁପଦ ମହନ୍ତ ସୁରକ୍ଷା ଦାୟିତ୍ବରେ ଅଛନ୍ତି ।

ସେହିପରି ଜିଲ୍ଲାର ବାଲିଗୁଡା, ଘୁ.ଉଦୟଗିରି, କୋଟଗଡ, ଟିକାବାଲି, ରାଇକିଆ, ଗୋଛାପଡା, ଫିରିଙ୍ଗିଆ, କ.ନୂଆଗାଁ ପ୍ରଭୁତି ସହର ଓ ଜିଲ୍ଲାର ଅନେକ ଗାଁ ଗଣ୍ଡାରେ ପାଳନ ହୋଇଛି ଘୋଷଯାତ୍ରା । ଏଥିସହ ଗୋଛାପଡ଼ାରେ ଆଦିବାସୀମାନେ ପାରମ୍ପରିକ ରୀତିରେ ପାଳିଛନ୍ତି ରଥଯାତ୍ରା ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details