ଓଡିଶା

odisha

ETV Bharat / state

ଦୁଷ୍କର୍ମକାରୀକୁ 5 ବର୍ଷ ସଶ୍ରମ କାରାଦଣ୍ଡ

ଦୁଷ୍କର୍ମକାରୀକୁ ମିଳିଲା 5 ବର୍ଷ ଦଣ୍ଡ ଓ 10 ହଜାର ଟଙ୍କା ଜରିମାନା । ଆଦାୟ ଜରିମାନା ପୀଡିତାଙ୍କୁ ଦେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ । ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଗାଁ ସାଥୀ ରଞ୍ଜନ ଦିଗାଲକୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ

By

Published : Jun 26, 2019, 6:48 AM IST

କନ୍ଧମାଳ : ବାଲିଗୁଡା ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଫୁଲବାଣୀ ଅତିରିକ୍ତ ଜିଲା ଦୌରା ଜଜ୍ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ମାର୍ଡୁଲି ଗାଁର ଜୁନେଶ ଦିଗାଲକୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହିତ ଦଶ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ । ଜୋରିମାନା ଆଦାୟ ହେଲେ ପୀଡିତାକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ

ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଗାଁ ସାଥୀ ରଞ୍ଜନ ଦିଗାଲକୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । କୋର୍ଟ ସୂଚନା ଅନୁସାରେ 2013 ମସିହାରେ ଦୁଲୁକିଆରୁ ପଡିକିଆ ଯାଏଁ ରାସ୍ତା କାମ କରିଥିଲେ କିଛି ସ୍ତାନୀୟ ଯୁବତୀ । ସେମାନଙ୍କ ମଜୁରୀ ଟଙ୍କା ପ୍ରଦାନ ପାଇଁ ଗାଂ ସାଥୀ ଓ ଜୁନୁଶ ଜେଇଙ୍କ ପାଖକୁ ନେଇ ଆସିଥିଲେ । ତେବେ ଫେରିବା ବାଟରେ ସୁନାପଙ୍ଗା ଠାରେ ଜୁନୁଶ ଦୁଷ୍କର୍ମ ଉଦ୍ୟମ କରିଥିଲା । ପିଡିତାଙ୍କ ପାଟି ଶୁଣି ସ୍ତାନୀୟ ଲୋକେ ଆସିବା ଦେଖି ଜୁନୁଶ ଫେରାର୍ ହୋଇଯାଇଥିଲା । ପରେ ଲୋକେ ପୀଡିତାକୁ ଗାଁକୁ ପଠେଇ ଦେଇଥିଲେ ।

ପରିବାର ଲୋକ ଏତଲା ଦେବା ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା । ତତ୍କାଳୀନ ବାଲିଗୁଡା ଏସଡିପିଓ ତଥା ବର୍ତ୍ତମାନର କୋରାପୁଟ ଏସପି କେ ଭି ସିଂଙ୍କର ଏହା ପ୍ରଥମ ମାମଲା ଏବଂ ସେ ତଦନ୍ତ କରିଥିଲେ । ଏଗାର ଜଣଙ୍କ ସାକ୍ଷ୍ୟ ଭିତ୍ତିରେ କୋର୍ଟ ଦଣ୍ଡାଦେଶ କରିଛନ୍ତି । ସରକାରଙ୍କ ତରପରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ଯୁଟର ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।


କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details