ଫୁଲବାଣୀ: ଦୀର୍ଘଦିନ ଧରି ଲାଗି ରହିଥିବା ଗରମରୁ ମିଳିଛି ଆଶ୍ଵସ୍ତି । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ଆଜି(ବୁଧବାର) ପ୍ରାକ୍ ମୌସୁମୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ଟିକେ ଆଶ୍ଵସ୍ତି ମିଳିଛି । ଖୁସିରେ ଜିଲ୍ଲାବାସୀ ଗଣପର୍ବ ରଜ ପାଳନରେ ମସଗୁଲ ଥିବା ବେଳେ ଆଜିର ବର୍ଷା ସେମାନଙ୍କ ଖୁସିକୁ ଦ୍ବିଗୁଣିତ କରିଦେଇଛି ।
କନ୍ଧମାଳରେ ପ୍ରାକ୍ ମୌସୁମୀ ବର୍ଷା, ଚାଷୀ ଖୁସି ଦ୍ବିଗୁଣିତ - କନ୍ଧମାଳରେ ପ୍ରାକ୍ ମୌସୁମୀ ପ୍ରଭାବ
କନ୍ଧମାଳରେ ପ୍ରାକ୍ ମୌସୁମୀ ପ୍ରଭାବରେ ଲାଗିରହିଛି ବର୍ଷା । ଜିଲ୍ଲାରେ ଅକ୍ଷୟ ତୃତୀୟ ଠାରୁ ବର୍ତ୍ତମାନ ସୁଦ୍ଧା ଆଖି ଦୃଷ୍ଟିଆ ବର୍ଷା ହୋଇନଥିବାରୁ ଚିନ୍ତାରେ ଥିଲେ ଚାଷୀକୂଳ । ଅଧିକ ପଢ଼ନ୍ତୁ
କନ୍ଧମାଳରେ ପ୍ରାକ୍ ମୌସୁମୀ ପ୍ରଭାବରେ ବର୍ଷା
ଜିଲ୍ଲାରେ ଅକ୍ଷୟ ତୃତୀୟ ଠାରୁ ବର୍ତ୍ତମାନ ସୁଦ୍ଧା ଆଖି ଦୃଷ୍ଟିଆ ବର୍ଷା ହୋଇନଥିବାରୁ ଚାଷୀକୂଳ ଚିନ୍ତାରେ ରହିଥିଲେ । ତେବେ ଆଜିର ବର୍ଷା ସେମାନଙ୍କ ପାଇଁ ଖୁସି ଆଣିଦେଇଛି । ଏପରି ବର୍ଷା ଲାଗି ରହିଲେ ଆଗକୁ ଚାଷ କାର୍ଯ୍ୟ ଠିକ୍ରେ ହୋଇପାରିବ । ସୂଚନା ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଓଡିଶା ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଇଟିଭି ଭାରତ, କନ୍ଧମାଳ