ଓଡିଶା

odisha

ETV Bharat / state

ସରିଲା ନିର୍ବାଚନ, ହେଲେ ଅଧା ରାସ୍ତାରେ ପୋଲିଂ ପାର୍ଟି

ଭୋଟ ସରିବା ପରେ ନିଜ ଅଞ୍ଚଳକୁ ଫେରି ନାହାଁନ୍ତି ପୋଲିଂ ପାର୍ଟି। ବିଭିନ୍ନ ପୋଲିଙ୍ଗ ବୁଥକୁ ଯାଇଥିବା 40ରୁ ଅଧିକ ପୋଲିଙ୍ଗ ପାର୍ଟି ଘରକୁ ଫେରି ନଥିବା ଜଣାପଡିଛି। ରାସ୍ତା କ୍ଲିଅରାନ୍ସକୁ ଅପେକ୍ଷା କରି ବ୍ରାହ୍ମଣୀଗାଁ କଲେଜ ପରିସରେ ଅଟକି ରହିଛନ୍ତି ପୋଲିଂ ପାର୍ଟି।

By

Published : Apr 19, 2019, 11:26 AM IST

ଫଟୋ ସୌଜନ୍ୟ: ପ୍ରତୀକାତ୍ମକ ଫଟୋ


ଫୁଲବାଣୀ: ରାଜ୍ୟରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ହେଲେ ନିର୍ବାଚନ ସରିବା ପରେ ମଧ୍ୟ ନିଜ ଅଞ୍ଚଳକୁ ଫେରିନାହାନ୍ତି ପୋଲିଂ ପାର୍ଟି । କନ୍ଧମାଳର ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବିଭିନ୍ନ ପୋଲିଙ୍ଗ ବୁଥକୁ ଯାଇଥିବା 40ରୁ ଅଧିକ ପୋଲିଂ ପାର୍ଟି ଘରକୁ ଫେରି ନଥିବା ଜଣାପଡିଛି ।

ରାସ୍ତା କ୍ଲିଅରାନ୍ସକୁ ଅପେକ୍ଷା କରି ବ୍ରାହ୍ମଣୀଗାଁ କଲେଜ ପରିସରେ ଅଟକି ରହିଛନ୍ତି। ପ୍ରାୟ 3 ଶହରୁ ଅଧିକ ପୋଲିଂ କର୍ମଚାରୀ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ବ୍ରାହ୍ମଣୀଗାଁରୁ ଦାରିଙ୍ଗବାଡି ରାସ୍ତାର ସିକରମାହା ଘାଟି ଓ ଗଦାପୁର ନିକଟ ଘାଟିରେ ଲ୍ୟାଣ୍ଡମାଇନ ଭୟ ହେତୁ ପୋଲିସ ସେମାନଙ୍କୁ ମୁଖ୍ୟ ରାସ୍ତା ଦେଇ ଆଣିପାରିନାହିଁ।

ମାତ୍ର ଏମାନେ ରହିଥିବା ସ୍ଥାନରେ କୌଣସି ପାନୀୟ ଜଳ ଓ ଖାଦ୍ୟପେୟର ବ୍ୟବସ୍ଥା ହୋଇ ନାହିଁ ବୋଲି ପ୍ରିଜାଇଡିଙ୍ଗ ଅଧିକାରୀ ବ୍ରଜ ପଟ୍ଟନାୟକ ସୂଚନା ଦେଇଛନ୍ତି । ଫଳରେ ଏସମସ୍ତ ପୋଲିଂ କର୍ମଚାରୀ ଭୋକ ଉପାସରେ ରହିଛନ୍ତି। ସେହିପରି କୋଟଗଡ,ତୁମୁଡିବନ୍ଧ ବ୍ଲକର ଦୁର୍ଗମ ଅଞ୍ଚଳରୁ ମଧ୍ୟ ଫେରିନାହାଁନ୍ତି ପୋଲିଂ କର୍ମଚାରୀ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details