କନ୍ଧମାଳ: ଜିଲ୍ଲାର ତିନୋଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରକାଶ ପାଇଛି ଚୁଡାନ୍ତ ପ୍ରାର୍ଥୀ ତାଲିକା । ଏହାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରିଛନ୍ତି ଫୁଲବାଣୀ ସାଧାରଣ ପର୍ଯ୍ୟବେକ୍ଷକ ।
ତେବେ ନିର୍ବାଚନରେକୌଣସି ଅସୁବିଧା ବେନିୟମ କାମ ହେଲେ ତୁରନ୍ତ ସୂଚନା ଦେବାକୁ କହିଛନ୍ତି ସାଧାରଣ ପର୍ଯ୍ୟବେକ୍ଷକ । ରାଜନୈତିକ ଦଳଙ୍କ ପାଇଁ ଗାଡି ବ୍ୟବହାର,ଖର୍ଚ୍ଚର ହିସାବ କିତାବ,ପ୍ରଚାର ଓ ଆଦର୍ଶ ଆଚରଣ ବିଧିକୁ ସୁଚାରୁ ରୂପେ ପାଳନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।