କନ୍ଧମାଳ: ଚାରିଆଡେ ଜୋର ଧରିଛି ନିର୍ବାଚନ ପ୍ରଚାର । ଆସନ୍ତା 18 ତାରିଖରେ ହେବ ମତଦାନ । ତେବେ ନିର୍ବାଚନକୁ ନେଇ ମାଓ ଇଲାକା କନ୍ଧମାଳରେ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ । ସେଥିପାଇଁ କନ୍ଧମାଳରେ ପୋଲିସ ତରଫରୁ ସୁରକ୍ଷା କଡାକଡି କରାଯିବା ସହ ବାଲିଗୁଡାରେ ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ ଓ ସିଆରପିଏଫ ଯବାନ ।
ନିର୍ବାଚନ ପାଇଁ ବାଲିଗୁଡାରେ ପୋଲିସ ଓ ସିଆରପିଏଫର ଫ୍ଲାଗ ମାର୍ଚ୍ଚ
କନ୍ଧମାଳରେ ପୋଲିସ ତରଫରୁ ସୁରକ୍ଷା କଡାକଡି କରାଯିବା ସହ ବାଲିଗୁଡାରେ ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ ଓ ସିଆରପିଏଫ ଯବାନ । ଆସନ୍ତା 18 ତାରିଖରେ ହେବ ମତଦାନ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଥାନାରୁ ବାହାରି ସହର ପରିକ୍ରମା କରିବା ସହିତ ଏରିଆ ଡୋମିନେସନ କରିଥିଲେ । ଭୋଟରଙ୍କ ମନରେ ବିଶ୍ବାସ ଜନ୍ମିବା ପାଇଁ ଜିଲାର ସମସ୍ତ ସହର ଓ ପ୍ରମୁଖ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏସପି ପ୍ରତୀକ ସିଂ ।
କନ୍ଧମାଳରୁ ସଦାସିବ ପାତ୍ର, ଇଟିଭି ଭାରତ